ETV Bharat / state

ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ, ଅନଶନରେ ପରେ ଜିଲ୍ଲାପାଳ ଦେଲେ ପ୍ରତିଶୃତି

author img

By

Published : Jul 30, 2021, 9:22 AM IST

Updated : Jul 30, 2021, 11:20 AM IST

ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ ,  ଅନଶନରେ ବସିବା ପରେ ଜିଲ୍ଲାପାଳ ଦେଲେ ପ୍ରତିଶୃତି
ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ , ଅନଶନରେ ବସିବା ପରେ ଜିଲ୍ଲାପାଳ ଦେଲେ ପ୍ରତିଶୃତି

ଦୀର୍ଘବର୍ଷର ଦାବି ପରେ ମଧ୍ୟ ଆବଶ୍ୟକ କ୍ଷତିପୂରଣ, ନିଯୁକ୍ତି ଓ ଥଇଥାନ ଆଦି ସୁବିଧାରୁ ବଞ୍ଚିତ ଦର୍ଲିପାଲି ଗ୍ରାମବାସୀ । ଅଧିକ ପଢନ୍ତୁ...

ଝାରସୁଗୁଡା: ଦୀର୍ଘବର୍ଷର ଦାବି ପରେ ମଧ୍ୟ ଆବଶ୍ୟକ କ୍ଷତିପୂରଣ, ନିଯୁକ୍ତି ଓ ଥଇଥାନ ଆଦି ସୁବିଧାରୁ ବଞ୍ଚିତ ବିସ୍ଥାପିତ । ଝାରସୁଗୁଡ଼ା ଏମସିଏସ୍ ଲଖନପୁର ଖଣିକ୍ଷେତ୍ର ଅଧୀନରେ କ୍ଷତିଗ୍ରସ୍ତ ତଥା ବିସ୍ଥାପିତ ଦର୍ଲିପାଲି ଗ୍ରାମବାସୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ, ଅନଶନରେ ପରେ ଜିଲ୍ଲାପାଳ ଦେଲେ ପ୍ରତିଶୃତି

ତେଣୁ ଲଖନପୁର କୋଇଲାଖଣି ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ଦର୍ଲିପାଲିବାସୀ ଲଖନପୁର ଖଣିକ୍ଷେତ୍ରର ଗତ 28 ତାରିଖରୁ ଲଖନପୁର ଜିଏମ୍ ଅଫିସ ସମ୍ମୁଖରେ ରେଲେ ଅନଶନ କରିଛନ୍ତି । ବିସ୍ଥାପନ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗତକାଲି ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ଜିଲ୍ଲାପାଳ ଅନଶନକାରୀଙ୍କ ସମସ୍ୟା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଅନଶନରୁ ଓହରିଯିବାକୁ ଅନୁରୋଧ କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated :Jul 30, 2021, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.