ETV Bharat / state

କୋରୋନା ଭାଇରସ୍‌ ଆତଙ୍କ: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

author img

By

Published : Jan 26, 2020, 8:57 PM IST

corona-virus-preparatory-meeting-held-at-jharsuguda
'କରୋନା ଭାଇରସ' ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଚୀନରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ୍‌ ଆତଙ୍କକୁ ନେଇ ସତର୍କ ହୋଇ ଉଠିଛି ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛି ବିଭାଗ। ଏହି ଭାଇରସ ଚିହ୍ନଟ ଓ ମୁକାବିଲା କରିବାକୁ ନେଇ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଝାରସୁଗୁଡା: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା କୋରୋନା ଭାଇରସ୍‌ ଆତଙ୍କକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଆଡଭାଇଜରି ଜାରି କରିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟର ପ୍ରମୁଖ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଯାଇଛି । ଏହି ଭାଇରସ୍‌ର ଚିହ୍ନଟ ଓ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ କୋରୋନା ଭାଇରସ୍‌ ଆତଙ୍କକୁ ନେଇ ନୋଟିସ ଜାରି କରାଯାଇଛି । ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଅନ୍ୟପଟେ ଝାରସୁଗୁଡ଼ା ହସ୍ପିଟାଲ୍‌ରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଆକ୍ରାନ୍ତ ହୋଇଥିବା ସଦିଗ୍ଧ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତି, ଜଣେ ନୋଡ଼ାଲ ଅଫିସର ନିଯୁକ୍ତି ଓ ଚିକିତ୍ସା କମିଟି ଗଠନ ପାଇଁ ନିର୍ଦ୍ଦେଶ ମିଳିଛି । ସେହିପରି ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ କରିଛି ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ପାଇବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଏପରିକି ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କୋଲକାତା ଓ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଥିବା ଯୋଗୁଁ ଚୀନ, ହଂକଂ ଓ ଥାଇଲାଣ୍ଡ ପ୍ରମୁଖ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୁତାଣୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦର ଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।

'କରୋନା ଭାଇରସ' ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଡାକ୍ତର ଜଗଦୀଶ ବାରିକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଏ ବାବଦରେ ଆଲୋଚନା କରି ସେଠାରେ ଏକ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା କରିଛନ୍ତି । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ବତନ୍ତ୍ର ସେଲ ଖୋଲା ଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ସିଡିଏମଓ । ଅନ୍ୟପଟେ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବା କହିଛନ୍ତି ବିମାନ ବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ପି.କରୁଣାକରନ ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

Intro:ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’ ସଂକ୍ରମଣ ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନାଭାଇରସ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।

ଏଥିସହ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ଝାରସୁଗୁଡ଼ା ହସ୍ପିଟାଲ୍ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ‘କରୋନା ଭାଇରସ’ ସଂଦିଗ୍ଧ ରୋଗୀଙ୍କ ଲାଗି ସ୍ୱତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତି, ଜଣେ ନୋଡ଼ାଲ ଅଫିସର ନିଯୁକ୍ତି ଓ ଚିକିତ୍ସା କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ କରିଛି ସ୍ୱାସ୍ଥ୍ୟ ବିଭାଗ।

ରାଜ୍ୟ ସରକାରଙ୍କ ନିର୍ଦେଶବଳୀ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କୋଲକାତା ଓ ନୂଆଦିଲ୍ଲୀ କୁ ବିମାନ ଚଳାଚଳ କରୁଥିବା ଯୋଗୁଁ ଚୀନ,ହଂକଂ ଓ ଥାଇଲାଣ୍ଡ ପ୍ରମୁଖ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୁତାଣୁ ବିହ୍ନଟ ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।ଆଜି ଝାରସୁଗୁଡା CDMO ଡାକ୍ତର ଜଗଦୀଶ ବାରିକ ବିମାନବନ୍ଦର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ସେଠାରେ ଏକ ସ୍ୱତନ୍ତ୍ର କୋଠରୀ ର ବ୍ୟବସ୍ଥା କରିଛନ୍ତି।ଏହାସହ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ୱତନ୍ତ୍ର ସେଲ ଖୋଲା ଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି କହିଛନ୍ତି।ଅନ୍ୟପଟେ ଝାରସୁଗୁଡା ବିମାନ ବନ୍ଦର କତ୍ତୃପକ୍ଷ ରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ସମସ୍ତ ପ୍ରକାର ସହଯୋଗ କରାଯାଉଥିବା କହିଛନ୍ତି ଭାରପ୍ରାପ୍ତ ବିମାନ ବନ୍ଦର ନିର୍ଦ୍ଦେଶକ ପି କରୁଣାକରନ ।

ବାଇଟ1—ସରୋଜ କୁମାର ସାମଲ,ଜିଲ୍ଲାପାଳ,ଝାରସୁଗୁଡା ।
ବାଇଟ2- ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ, ସିଡିଏମଓ,ଝାରସୁଗୁଡା ।
ବାଇଟ3- ପି କରୁଣାକରନ, ଭାରପ୍ରାପ୍ତ ନିର୍ଦ୍ଦେଶକ, ଝାରସୁଗୁଡା ବିମାନ ବନ୍ଦର ।Body:..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.