ETV Bharat / state

କଳାବ୍ୟାଚ୍ ପରିଧାନ କଲା ଅମଲା ସଂଘ, ଜୁନ ୧ରୁ ସମୂହ ଛୁଟିରେ ଯିବେ ସଦସ୍ୟ !

author img

By

Published : May 22, 2023, 6:28 PM IST

କଳାବ୍ୟାଚ୍ ପରିଧାନ କଲା କେନ୍ଦୁଝର ଅମଲା ସଂଘ
କଳାବ୍ୟାଚ୍ ପରିଧାନ କଲା କେନ୍ଦୁଝର ଅମଲା ସଂଘ

କଳାବ୍ୟାଚ୍ ପରିଧାନ କଲା କେନ୍ଦୁଝର ଅମଲା ସଂଘ । ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଦେଲେ ଚେତାବନୀ । ଅଧିକ ପଢ଼ନ୍ତୁ

କଳାବ୍ୟାଚ୍ ପରିଧାନ କଲା କେନ୍ଦୁଝର ଅମଲା ସଂଘ

କେନ୍ଦୁଝର: ନାର୍ଯ୍ୟ ଦାବିକୁ ନେଇ କଳାବ୍ୟାଚ୍ ପରିଧାନ କଲା କେନ୍ଦୁଝର ଅମଲା ସଂଘ । ଅମଲା ମଞ୍ଚ ପକ୍ଷରୁ ବେତନରେ ଥିବା ଅସଙ୍ଗତି ଦୂର କରି ‘ଲେବେଲ-୯’ ପ୍ରଦାନ ପାଇଁ ଏପ୍ରିଲ ୨୧ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ଚଳିତ ମାସ ୧ ତାରିଖ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ସରକରାଙ୍କ ପକ୍ଷରୁ କୌଣସି ପ୍ରତି ଉତ୍ତର ନପାଇ କଳାବ୍ୟାଚ୍ ପରିଧାନ କରିଥିବା ଅମଲା ସଂଘ କହିଛି ।

ମିଳିତ ଅମଲା ସଙ୍ଘର ମିଡିଆ ସଂଯୋଜକ ପୀତବାସ ମହାନ୍ତ କହିଛନ୍ତି,"ସରକାରଙ୍କ ସମ୍ମୁଖରେ ଦାବି ରଖିବା ପାଇଁ ସବ୍-ରେଜିଷ୍ଟ୍ରାର ସଂଘ କର୍ମକର୍ତ୍ତା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ନିଷ୍ପତ୍ତିକୁ କିଭଳି ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ବ୍ଲକ ଓ ସବ୍‌ ଡିଭିଜନସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯାଇ ସମସ୍ତ କାର୍ଯ୍ୟାଳୟକୁ ଗସ୍ତ କରି ଅମଲାମାନଙ୍କୁ କଳାବ୍ୟାଚ୍ ପରିଧାନ କରିବାକୁ କୁହାଯିବ । ଏହାସହ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ଜୁନ ୧ରୁ ସମୂହ ଛୁଟିରେ ଯିବାକୁ ସଚେତନତା ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସଙ୍ଘ ପକ୍ଷରୁ ଚେତାବନୀ ପରେ ମଧ୍ୟ ନିଦ ନଭାଙ୍ଗିଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ।’’

ସେ ଆହୁରି ମଧ୍ୟ କହିଛନ୍ତି,"କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨ଶହ ଟଙ୍କା ଗ୍ରେଡ ପେ'କୁ ବୃଦ୍ଧି କରାଯାଉ । ଲେବେଲ ୪ରୁ ଲେବେଲ-୯କୁ ବୃଦ୍ଧି କରାଯାଉ । ସରକାର ଦାବି ପୂରଣ ନକଲେ ବାଧ୍ୟ ହୋଇ ଜୁନ୍‌ ପହିଲରୁ ଅମଲା ସମୂହ ଛୁଟିରେ ଯିବାକୁ ବୈଠକରେ ଚେତାବନୀ ଦିଆଯାଇଛି ।"

ଏହି ଆନ୍ଦୋଳନରେ ମିଳିତ ଅମଲା ମଞ୍ଚ କାର୍ଯ୍ୟକର୍ତ୍ତାଙ୍କ ସମେତ ଓଡ଼ିଶା ରାଜସ୍ଵ ଅମଲା ସଂଘ କର୍ମକର୍ତ୍ତା, ଓଡ଼ିଶା ଟ୍ରେଜେରୀ ସଂଘ କର୍ମକର୍ତ୍ତା, ଓଡ଼ିଶା ସବ୍‌ ରେଜିଷ୍ଟ୍ରାର ସଙ୍ଘ ଏହାକୁ ସମର୍ଥନ ଜଣାଇଛି । ରାଜ୍ୟ ସଙ୍ଘ ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲାର ୮୦୦ରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରିଛନ୍ତି । ଆଜି ଅମଲା ସଂଘର ଶତାଧିକ ସଦସ୍ୟ କଳାବ୍ୟାଚ୍ ପିନ୍ଧି ପ୍ରତୀକାତ୍ମକ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱଳ୍ପ ସମୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ କାର୍ଯ୍ୟ ଠପ କରି ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.