ETV Bharat / state

ଝାରସୁଗୁଡ଼ାରେ ବିଜେଡିର କର୍ମୀ ସମ୍ମିଳନୀ, ସଂଗଠନ ସୁଦୃଢ଼ କରିବାକୁ ଯୋଜନା

author img

By

Published : Oct 19, 2022, 11:59 AM IST

Updated : Oct 19, 2022, 12:56 PM IST

ଝାରସୁଗୁଡ଼ାରେ ବିଜେଡିର କର୍ମୀ ସମ୍ମିଳନୀ, ସଂଗଠନ ସୁଦୃଢ଼ କରିବାକୁ ଯୋଜନା
ଝାରସୁଗୁଡ଼ାରେ ବିଜେଡିର କର୍ମୀ ସମ୍ମିଳନୀ, ସଂଗଠନ ସୁଦୃଢ଼ କରିବାକୁ ଯୋଜନା

ଝାରସୁଗୁଡ଼ା ଜିଲ୍ଲା ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଉରକେଲା ବିଧାୟକ ସାରଦା ନାୟକ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସମେତ ଦଳର ହଜାର ହଜାର କର୍ମୀ ଉପସ୍ଥିତ । ସଂଗଠନ ଆହୁରି ସୁଦୃଢ଼ କରିବାକୁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଆହ୍ବାନ । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ଜିଲ୍ଲା ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଉରକେଲା ବିଧାୟକ ସାରଦା ନାୟକ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସମେତ ଦଳର ହଜାର ହଜାର କର୍ମୀ ଉପସ୍ଥିତ । ଜିଲ୍ଲାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକ ଆହ୍ବାନ କରିଛନ୍ତି ।

ଝାରସୁଗୁଡ଼ାରେ ବିଜେଡିର କର୍ମୀ ସମ୍ମିଳନୀ, ସଂଗଠନ ସୁଦୃଢ଼ କରିବାକୁ ଯୋଜନା

ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ରାଉରକେଲା ବିଧାୟକ ତଥା ଝାରସୁଗୁଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସବୁବେଳେ ଝାରସୁଗୁଡ଼ା ଜିଲ୍ଲାକୁ ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେଥିପାଇଁ ଲୋକଙ୍କ ବିଶ୍ବାସ ଦଳ ଉପରେ ରହିଛି । ଆଗାମୀ ଦିନରେ ମଧ୍ୟ ସଂଗଠନ ଆହୁରି ସୁଦୃଢ଼ ହେବ ।"

ସେହିଭଳି ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକ କହିଛନ୍ତି, "ଝାରସୁଗୁଡ଼ା ଜିଲ୍ଲା ଗଠନରେ ବିଜୁ ବାବୁଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ ଏହା ପ୍ରିୟ ଜିଲ୍ଲା । ତେବେ ଜିଲ୍ଲାରେ ସଂଗଠନ ସୁଦୃଢ଼ ଅଛି । ସେଥିପାଇଁ ଗତ ନିର୍ବାଚନ ଗୁଡ଼ିକରେ ଲୋକେ ଆମକୁ ଜିତାଇଛନ୍ତି ।" ତେବେ ଦଳର କର୍ମୀମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିଅନ୍ତୁ ବୋଲି ସେ କହିଛନ୍ତି । ସେହିଭଳି ଦଳର ପ୍ରତ୍ୟକ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated :Oct 19, 2022, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.