ETV Bharat / state

BJD PRESSMEET: ଝାରସୁଗୁଡ଼ାରେ ଆସନ ହାତେଇବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ

author img

By

Published : Jan 27, 2022, 6:52 PM IST

Updated : Jan 27, 2022, 7:11 PM IST

BJD PRESSMEET: ଝାରସୁଗୁଡ଼ାରେ ଆସନ ହାତେଇବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ
BJD PRESSMEET: ଝାରସୁଗୁଡ଼ାରେ ଆସନ ହାତେଇବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ

ତ୍ରିସ୍ତରୀୟ ନିର୍ବାଚନକୁ ନେଇ ବିଜେଡ଼ିର ପ୍ରେସମିଟ । ଆସନ ହାତେଇବା ସମ୍ପର୍କରେ କଲା ଆଲୋଚନା । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ଆଜି(ଗୁରୁବାର) ଝାରସୁଗୁଡ଼ା ସହରସ୍ଥିତ ଏକ ଘରୋଇ ହୋଟେଲରେ ଜିଲ୍ଲା ବିଜେଡି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ୯ଟି ଜିଲ୍ଲା ପରିଷଦ ଆସନକୁ ହାତେଇବା ପାଇଁ ଦଳ ଆଲୋଚନା କରିବା ସହିତ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ।

BJD PRESSMEET: ଝାରସୁଗୁଡ଼ାରେ ଆସନ ହାତେଇବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ

ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଧାର କରି କୋଭିଡ ଗାଇଡଲାଇନ ଅନୁଯାୟୀ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବା ପାଇଁ ଦଳ ସ୍ଥିର କରିଛି । ଏହି ସମ୍ମିଳନୀରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି କେମିତି ୯ଟି ଜିଲ୍ଲା ପରିଷଦ ଆସନକୁ ହାତେଇବ ସେ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଛି । ବିଗତ ଦିନରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ।

ତେବେ ଜିଲ୍ଲାର ଭୋଟର ନିଶ୍ଚିତ ଭାବରେ ବିଜେଡି ସପକ୍ଷରେ ଯିବେ ବୋଲି ଜିଲ୍ଲା ବିଜେଡି ପକ୍ଷରୁ ଦୃଢ଼ତାର ସହିତ ପ୍ରକାଶ କରାଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାର ଅନେକ ବିଜେଡ଼ି କର୍ମୀ ଯୋଗ ଦେଇ ନିର୍ବାଚନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated :Jan 27, 2022, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.