ETV Bharat / state

ଝାରସୁଗୁଡାରେ ନାହିଁ ଭାରତ ବନ୍ଦ ପ୍ରଭାବ

author img

By

Published : Mar 28, 2022, 4:33 PM IST

ଭାରତ ବନ୍ଦର ପ୍ରଭାବ ପଡ଼ିଲାନି ଝାରସୁଗୁଡ଼ା ଜିଲ୍ଲାରେ
ଭାରତ ବନ୍ଦର ପ୍ରଭାବ ପଡ଼ିଲାନି ଝାରସୁଗୁଡ଼ା ଜିଲ୍ଲାରେ

ଅଖିଳ ଭାରତ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ କିନ୍ତୁ ବିଶେଷ ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଅଖିଳ ଭାରତ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ କିନ୍ତୁ ବିଶେଷ ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ଟ୍ରେଡ ୟୁନିୟନ ସହିତ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରାଯାଇଥିଲା ।

ଭାରତ ବନ୍ଦର ପ୍ରଭାବ ପଡ଼ିଲାନି ଝାରସୁଗୁଡ଼ା ଜିଲ୍ଲାରେ

ସ୍କିମ ୱାର୍କରଙ୍କୁ ମାନ୍ୟତା, ଚୁକ୍ତି ଭିତ୍ତିକ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, ଜାତୀୟ ପେନସନ ଯୋଜନା ବାତିଲ ଓ ପୁରୁଣା ପେନସନ ଯୋଜନା ଲାଗୁ କରିବା, ୪ଟି ଶ୍ରମ କୋର୍ଡ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ ସହିତ ଦରଦାମ ବୃଦ୍ଧି, ବେକାରୀଙ୍କୁ ନିଯୁକ୍ତି ଆଦି ୧୨ ଦଫା ଦାବିରେ ଟ୍ରେଡ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେଣୁ ଆଗାମୀ ଦିନରେ ଯଦି ଦାବିପୂରଣ ନହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.