ETV Bharat / state

ଜଳୁଛି ଶିଳ୍ପ ନଗରୀ ଝାରସୁଗୁଡ଼ା, ପାନୀୟ ଜଳ ସମସ୍ୟା ନେଇ ବଢିଲା ଜନ ଅସନ୍ତୋଷ

author img

By

Published : May 16, 2023, 6:18 PM IST

Updated : May 17, 2023, 7:32 PM IST

Etv Bharat
Etv Bharat

ଶିଳ୍ପ ନଗରୀ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ଜଳୁଛି ଶିଳ୍ପ ନଗରୀ ଝାରସୁଗୁଡ଼ା

ଝାରସୁଗୁଡ଼ା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସେପଟେ ପ୍ରବଳ ଖରା ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ଶିଳ୍ପନଗରୀ ଝାରସୁଗୁଡ଼ାରେ ମଧ୍ୟ ଅସହ୍ୟ ତାତି ଜିଲ୍ଲାବାସୀଙ୍କୁ ଅତିଷ୍ଠ କରିଛି । ଦିନ ୧୧ଟା ପରେ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ଆଜି ଜିଲ୍ଲାରେ ପାରଦ ୪୨ ଡିଗ୍ରୀରୁ ଊର୍ଦ୍ଧ୍ବ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳର ସୁବିଧା ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଜିଲ୍ଲାର ଚାରିଆଡ଼େ ରହିଛି ଶିଳ୍ପ ସଂସ୍ଥା, ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଗଛକଟା ଭଳି ସମସ୍ୟା ଯୋଗୁଁ ଝାରସୁଗୁଡ଼ାରେ ଗରମ ଦିନକୁ ଦିନ ବଢ଼ିବାରେ ଲାଗିଛି । ମେ ମାସ ଶେଷ ହେବାକୁ ଥିବା ବେଳେ ଗରମ ବଢ଼ିବାରେ ଲାଗିଛି । ପାରଦ ପ୍ରତିଦିନ ୪୦ ଡିଗ୍ରୀରୁ ଊର୍ଦ୍ଧ୍ବ ରହୁଛି । ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ବ୍ୟବହାର କରୁଥିବା ନଜର ଆସିଛି । ତେବେ ଆଗକୁ ଆହୁରି ବୃଦ୍ଧି ପାଇପାରେ ତାପମାତ୍ରା । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳର ସୁବିଧା ହୋଇନଥିବା ଲୋକେ ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- ନିର୍ବାଚନରେ ମହିଳା ସଂରକ୍ଷଣ ପ୍ରସଙ୍ଗ: ବିଜେଡି 50%, କଂଗ୍ରେସ 60%, ବିଜେପି କେତେ ?

ଅପରପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଗତକାଲି ରାଜ୍ୟର ୧୬ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ତେବେ ଚଳିତ ବର୍ଷ ଝାରସୁଗୁଡ଼ା ସହର ଏସିଆର ସର୍ବବୃହତ ଉତ୍ତପ୍ତ ସହର ହୋଇସାରିଛି । ବାରମ୍ବାର ଦେଶର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଝାରସୁଗୁଡ଼ା ସହର । ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଆଗକୁ ଆହୁରି ଗରମରେ ଛଟପଟ ହୋଇପାରନ୍ତି ଝାରସୁଗୁଡ଼ାବାସୀ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated :May 17, 2023, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.