ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ, ପୁଅକୁ ଫେରାଇଦେବାକୁ ବାପାଙ୍କ ଗୁହାରି

author img

By

Published : Aug 19, 2023, 10:19 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ

ପୁଣି କାଠଗଡ଼ାରେ ଝାରସୁଗୁଡ଼ା ସ୍ବାସ୍ଥ୍ୟ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ପରେ ପୁଣି ଚର୍ଚ୍ଚାକୁ ଫେରିଛି ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଘଟିଛି ପୁଣି ଏକ ଚାଞ୍ଚଲ୍ୟକର ଘଟଣା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ପରେ ପୁଣି ଚର୍ଚ୍ଚାକୁ ଫେରିଛି ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ପୂର୍ବରୁ ଅନେକ ଥର ଚିକିତ୍ସାରେ ଅବହେଳା, ଶିଶୁ ମଡ଼କ, ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହେଲେ ଏଥର ପୁଣି ଏଭଳି ଏକ ଅବହେଳାର ନଗ୍ନ ରୂପ ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ନେଇ ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ଶିଶୁ ଅଦଳବଦଳ ଅଭିଯୋଗ । ପୁଅରୁ ଝିଅ କେମିତି ହୋଇଗଲା ନବଜାତ ଶିଶୁ ? ଏନେଇ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଅଭିଯୋଗ ହୋଇଛି ।

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ଶିଶୁ ବଦଳି ଅଭିଯୋଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଶିଶୁ ବଦଳି ଅଭିଯୋଗ କରିଛନ୍ତି ଖୋଦ ଶିଶୁର ପିତା । ଏନେଇ ସେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବ୍ରଜରାଜନଗର ରାମପୁରର ରାଜା କୁମାର ଗିରି ତାଙ୍କ ପତ୍ନୀ ଦୀପାଞ୍ଜଳି ଦେବୀଙ୍କୁ ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପୁଅକୁ ରାଜା କୁମାର ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ନର୍ସ ତାଙ୍କୁ ଷ୍ଟେଚର, ନାଇଟି ଆଦି ଆଣିବା ପାଇଁ କହିଥିଲେ । ରାଜା କୁମାର ଏସବୁ ସାମଗ୍ରୀ ଆଣିଲା ବେଳକୁ ତାଙ୍କ ଶିଶୁ ପୁତ୍ରକୁ ଏକ ଶିଶୁ କନ୍ୟା ସହ ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ତାଙ୍କ ଶିଶୁପୁତ୍ର ତାଙ୍କୁ ଫେରାଇ ଦିଆଯାଉ ବୋଲି ଦାବି କରିଛନ୍ତି ରାଜା କୁମାର ଗିରି ।

ଏହା ମଧ୍ୟ ପଢ଼ନ୍ତୁ...Naba Das Murder Case: ଓପିଡି ଟିକେଟ୍‌ ଖୋଲିଲା ଗୁମର, ଘଟଣାସ୍ଥଳରେ ହୋଇଛି ମୃତ୍ୟୁ !

ଅନ୍ୟପଟେ ଅଭିଯୋଗ ମିଳିବା ପରେ ଏହି ଘଟଣାର ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଡିଏମଓ ପ୍ରକାଶ କରିଛନ୍ତି । ତେବେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ପୂର୍ବରୁ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଏଠାରେ ସେଭଳି ଉନ୍ନତମାନର ଚିକିତ୍ସା ସୁବିଧା ନଥିବା ଦର୍ଶାଇ ତାଙ୍କୁ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଏଠାରେ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଏପରିକି ଗୁଳିମାଡ଼ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହୋଇଥିଲା ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବ ଦାସଙ୍କୁ ଭର୍ତ୍ତି କରାଯିବା ସମୟରେ ଲେଖାଯାଇଥିବା ଓପିଡି ଟିକେଟ୍‌ରେ ତାଙ୍କର ସମସ୍ତ ନିରୀକ୍ଷଣ ଓ ଚିକିତ୍ସା ଲେଖିବା କଥା । ଯାହା ଲେଖାଯାଇନଥିବାରୁ ଏପରି ପ୍ରଶ୍ନ ଉଠାଇଥିଲେ ବିରୋଧୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.