ETV Bharat / state

ଝାରସୁଗୁଡା ଜିଲ୍ଲାପାଳ ହେଲେ ଆବୋଲି ସୁନୀଲ ନରଭଣେ

author img

By

Published : Apr 7, 2023, 8:02 AM IST

aboli sunil narwan
aboli sunil narwan

ଜିଲ୍ଲାପାଳ ସରୋଜ ସାମଲଙ୍କ ସ୍ଥାନରେ ଆଇଏଏସ ଅବୋଲି ସୁନିଲ ନରଭଣେଙ୍କୁ ଝାରସୁଗୁଡାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ବର୍ତ୍ତମାନର ଜିଲ୍ଲାପାଳ ସରୋଜ ସାମଲଙ୍କ ସ୍ଥାନରେ ଆଇଏଏସ ଅବୋଲି ସୁନିଲ ନରଭଣେଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ତୁରନ୍ତ ଝାରସୁଗୁଡା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରଭଣେଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆବୋଲି ସୁନୀଲ ନରଭଣେ ହେଉଛନ୍ତି 2015 ବ୍ୟାଚର ଆଇଏଏସ । ତାଙ୍କ ପରେ ସୋନପୁର ଜିଲ୍ଲାପାଳ ଦାୟିତ୍ୱରେ ରହିବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ଝାରସୁଗୁଡା ଜିଲ୍ଲାପାଳ ବଦଳି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଜିଲ୍ଲାପାଳ ଥିବା ବରିଷ୍ଠ ରାଜ୍ୟ ପ୍ରଶାସନିକ ଅଧିକାରୀ ସରୋଜ କୁମାର ସାମଲ ଅବସର ନେଇଥିବାରୁ ଜିଲ୍ଲାପାଳ ବଦଳି ହୋଇଥିବା କୁହାଯାଉଛି ।

ଝାରସୁଗୁଡାରେ ଉପ ନିର୍ବାଚନ ଥିବାରୁ ଜିଲ୍ଲାର ସ୍ଥିତି ବର୍ତ୍ତମାନ ସମ୍ବେଦନଶୀଳ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଉପନିର୍ବାଚନ ହେଉଥିବାରୁ ଜିଲ୍ଲାରେ ରାଜନୈତିକ ମାହୋଲ ସରଗରମ ରହିଛି । ତେଣୁ ତୁରନ୍ତ ଦାୟିତ୍ୱ ନେବା ଲାଗି ଅବୋଲି ସୁନୀଲ ନରଭଣେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟା ସହିତ ଜିଲ୍ଲାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିଛି । ନବ ଦାସଙ୍କ ହତ୍ୟା ପରେ ଜିଲ୍ଲା ଏସପିଙ୍କୁ ବଦଳି ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ସ୍ଵଳ୍ପ ଦିନ ଚାକିରି କାର୍ଯ୍ୟକାଳ ଥିବାରୁ ତାଙ୍କୁ ବଦଳି କରାଯାଇନଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ- Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA

ଏହା ମଧ୍ୟ ପଢନ୍ତୁ- OLX ସପିଂ ସାଇଟରେ ଠକେଇ, ଅଣ୍ଡର 19 କ୍ରିକେଟରକୁ ବାନ୍ଧିଲା ସାଇବର ଥାନା ପୋଲିସ

ପ୍ରକାଶ ଥାଉକି, ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରଗରମ ମୈଦାନ । ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଓ ବିଜେପି ଉପରେ ରହିଛି ନଜର । ଝାରସୁଗୁଡା ଉପନିର୍ବାଚନ ନେଇ ଆସନ୍ତା 13ରେ ପ୍ରକାଶ ପାଇବ ଗଜେଟ ନୋଟିଫିକେସନ । ଏପ୍ରିଲ 20ରେ ନାମାଙ୍କନ ଶେଷ ଦିନ ଓ ପ୍ରାର୍ଥୀପତ୍ର ଯାଞ୍ଚ 21ରେ ହେବ । ସେହିପରି 24ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଆସନ୍ତା ମେ’ 10ରେ ଭୋଟିଂ ହୋଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ମେ 15 ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।ସେପଟେ ନିର୍ବାଚନ ନେଇ ବିଗୁଲ ବାଜିବା ପରେ ଝାରସୁଗୁଡାରେ ବହୁଛି ନିର୍ବାଚନୀ ହାୱା । ଏହାରି ମଧ୍ୟରେ ଜିଲ୍ଲାପାଳଙ୍କୁ ବଦଳି ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.