ETV Bharat / state

ଝାରସୁଗୁଡାରେ ପଡିରହିଛି 99 ପ୍ରକଳ୍ପର କାମ, ମାର୍ଚ୍ଚ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

author img

By

Published : Feb 18, 2021, 8:13 AM IST

ଉନ୍ନୟନ କମିଶନର
ଉନ୍ନୟନ କମିଶନର

ଝାରସୁଗୁଡାରେ ପଡିରହିଛି 99ଟି ପ୍ରକଳ୍ପର କାମ । ମାର୍ଚ୍ଚ ସୁଦ୍ଧା ସାରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଝାରସୁଗୁଡା: ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା । ଡବ୍ଲ୍ୟୁଓଡିସି(ପଶ୍ଚିମ ଓଡିଶା ବିକାଶ ପରିଷଦ) ଅନୁଦାନ ପ୍ରାପ୍ତ 99 ଟି ପ୍ରକଳ୍ପ ଆଜି ଯାଏଁ ପଡିରହିଛି ଅବା କାର୍ଯ୍ୟ ଜାରି ରହିଥିବାରୁ ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଉନ୍ନୟନ କମିଶନର
ଉନ୍ନୟନ କମିଶନର

ଏହି ତଥ୍ୟ ମାସିକ ପ୍ରଗତି ରିପୋର୍ଟରେ ଜଣାପଡିଛି । 2006ରୁ 2014-16 ଯାଏଁ ପ୍ରକଳ୍ପ ଗୁଡିକ ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ଦର୍ଶାଯାଇଛି । ଦୀର୍ଘ 10 ବର୍ଷ ହେଲା ପ୍ରକଳ୍ପ ଗୁଡିକର ନିର୍ମାଣ ଶେଷ ହୋଇନଥିବା ବେଳେ ଆଜି ଯାଏଁ ଅର୍ଥାତ 2021 ଯାଏଁ ଏହି ସମସ୍ତ ପ୍ରକଳ୍ପ ଗୁଡିକ ପାଇଁ ପ୍ରଦାନ କରାଯାଇଥିବା ଅନୁଦାନର ବିନିଯୋଗ ପତ୍ର ପ୍ରଦାନ କରାଯାଇନାହିଁ ।

ଅର୍ଥାତ ଅନେକ ବର୍ଷ ହେବ ଏହା ପଡିରହିଛି । ଏଣୁ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ତଥା ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସହ ଶତ ପ୍ରତିଶତ ବିନିଯୋଗ ପତ୍ର ଦାଖଲ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଏ ସମ୍ବନ୍ଧରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟଳୟରୁ ଝାରସୁଗୁଡା ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.