ETV Bharat / state

ସମ୍ପର୍କୀୟଙ୍କ ସୁଧି ସମୟରେ ଚାଲିଗଲା ଯୁବକଙ୍କ ଜୀବନ

author img

By

Published : Apr 22, 2021, 6:44 PM IST

ସମ୍ପର୍କୀୟଙ୍କୁ ସୁଧି ସମୟରେ ଚାଲିଗଲା ଯୁବକଙ୍କ ଜୀବନ
ସମ୍ପର୍କୀୟଙ୍କୁ ସୁଧି ସମୟରେ ଚାଲିଗଲା ଯୁବକଙ୍କ ଜୀବନ

ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ସମ୍ପର୍କୀୟଙ୍କୁ ସୁଧି ହେଉଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ...

ଯାଜପୁର: ପାଣିକୋଇଲି ଥାନା ବରେଇ ଗାଁରେ ଘଟିଛି ଦୁଃଖଦ ଘଟଣା । ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ । ସମ୍ପର୍କୀୟଙ୍କୁ ସୁଧି ହେଉଥିବା ସମୟରେ ଏପରି ଏକ ଦୁର୍ଘଟଣା ଘଟିଥିବା ସୂଚନା ।

ସମ୍ପର୍କୀୟଙ୍କୁ ସୁଧି ସମୟରେ ଚାଲିଗଲା ଯୁବକଙ୍କ ଜୀବନ

ବରେଇ ଗାଁର ଗଙ୍ଗାଧର ବାରିକଙ୍କ ପରିବାରରେ କେହି ଜଣେ ସମ୍ପର୍କୀୟଙ୍କ ସୁଧିକ୍ରିୟା ଚାଲିଥିଲା । ଏହି ସମୟରେ ଜୋରରେ ବର୍ଷା ହେବାରୁ ସେଠାରେ ଥିବା ଏକ ଗଛମୂଳରେ ଆଶ୍ରୟ ନେଇଥିଲେ ଉପସ୍ଥିତ ଲୋକେ । ମାତ୍ର ବିଜୁଳି ମାରିବାରୁ ହଠାତ୍ ଅଚେତ୍ ହୋଇପଡିଥିଲେ ଗଙ୍ଗାଧରଙ୍କ ପୁଅ ପ୍ରଶାନ୍ତ । ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ କ୍ଷତ୍ରିୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ପାଇ ଉଭୟ ପାଣିକୋଇଲି ଓ ଯାଜପୁର ରୋଡ ପୋଲିସ୍ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦି ହସ୍ପିଟାଲକୁ ପଠାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.