ETV Bharat / state

ସ୍ତ୍ରୀକୁ 4 ବର୍ଷ ପରେ ମିଳିଲା ନ୍ୟାୟ, ହତ୍ୟାକାରୀ ସ୍ବାମୀକୁ 10 ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Aug 3, 2019, 3:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

2015 ମସିହାରେ ଯାଜପୁର ଜିଲ୍ଲାର ନୁଆଗାଁରେ ସ୍ତ୍ରୀର ଚରିତ୍ର ସନ୍ଦେହ କରି ସ୍ବାମୀ ପିଟିପିଟି ହତ୍ୟା କରିଥିଲା । ଏହି କାଣ୍ଡ ମାମଲାର ଶୁଣାଣି କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ଅଭିଯୁକ୍ତ ସ୍ବାମୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ ।

ଯାଜପୁର: 2015 ମସିହାରେ ଯାଜପୁର ଜିଲ୍ଲାର ନୁଆଗାଁରେ ହୋଇଥିବା ସ୍ତ୍ରୀର ହତ୍ୟାକାଣ୍ଡ ମାମଲାର ଆଜି (ଶୁକ୍ରବାର) ଶୁଣାଣି ଆସିଲା । ଅଭିଯୁକ୍ତ ସ୍ବାମୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । 2015 ମେ 10 ତାରିଖରେ ରଜନୀ ମୁଣ୍ଡାକୁ ତା ସ୍ବାମୀ କୁନା ସିଂ ପିଟିପିଟି ହତ୍ୟା କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଘଟଣାରୁ ପ୍ରକାଶ ଯେ 2015 ମସିହା ମେ 10 ତାରିଖରେ ରଜନୀ ମୁଣ୍ଡାକୁ ତା ସ୍ବାମୀ କୁନା ସିଂ ପିଟିପିଟି ହତ୍ୟା କରିଥିଲା । ଏନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସ୍ତ୍ରୀର ଚରିତ୍ର ସନ୍ଦେହ କରି କୁନା ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା । ଆଜି ଯାଜପୁର ରୋଡ୍ ଏଡିଜେ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର 14 ଜଣ ସାକ୍ଷଙ୍କ ବୟାନ ରେକର୍ଡ କରି ଏହି ମାମଲାରେ ଶୁଣାଣି କରିଥିଲେ ।

ଏଥିରେ ବିଚାରପତି ଅଭିଯୁକ୍ତ ସ୍ବାମୀ କୁନା ସିଂକୁ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ 2ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅତିରିକ୍ତ 6ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଶୁଣାଣିରେ ସରକାରୀ ଓକିଲ ଭାବେ ରଜତ କୁମାର ରାଉତ ସରକାରଙ୍କ ପକ୍ଷ ରଖିଥିଲେ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-conviction
format-avb
reporter-Gyanaranjan ojha
place-jajpur
date-02.08.19
Anchor---ଯାଜପୁର ରୋଡ୍ ଥାନା ନୂଆଗାଁରେ ସ୍ତ୍ରୀ ହତ୍ୟାକାଣ୍ଡର ଶୁଣାଣି କରି ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଅଭିଯୁକ୍ତ ସ୍ବାମୀଙ୍କୁ 10ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ 2015 ମସିହା ମେ 10 ତାରିଖରେ ନୂଆଗାଁର ରଜନୀ ମୁଣ୍ଡାଙ୍କୁ ତାଙ୍କ ସ୍ବାମୀ କୁନା ସିଂ ପିଟିପିଟି ହତ୍ୟା କରିଥିଲେ । ଏ ନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସ୍ତ୍ରୀର ଚରିତ୍ର ସନ୍ଦେହ କରି କୁନା ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ୍ କରି ଜେଲ ହାଜତକୁ ପଠାଇଥିଲା । ଆଜି ଯାଜପୁର ରୋଡ୍ ଏଡିଜେ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର 14 ଜଣ ସାକ୍ଷଙ୍କ ବୟାନ ରେକର୍ଡ କରି ଏହି ମାମଲାରେ ଶୁଣାଣି କରିଥିଲେ । ଏଥିରେ ମାନ୍ୟବର ବିଚାରପତି ଅଭିଯୁକ୍ତ ସ୍ବାମୀ କୁନା ସିଂକୁ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ 2ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅତିରିକ୍ତ 6ମାସ୍ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଶୁଣାଣିରେ ସରକାରୀ ଓକିଲ ଭାବେ ରଜତ୍ କୁମାର ରାଉତ ସରକାରଙ୍କ ପକ୍ଷ ରଖିଥିଲେ ।
bite--ରଜତ୍ କୁମାର ରାଉତ୍, ସରକାରୀ ଓକିଲ, ଯାଜପୁର ରୋଡ ଏଡିଜେ କୋର୍ଟ

Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.