ETV Bharat / state

ଚିକିତ୍ସା କରାଇବାକୁ କହି BSKY ନାଁରେ ଠକୁଥିଲେ, ପୋଲିସ ଜିମାରେ ନକଲି ଡାକ୍ତର

author img

By ETV Bharat Odisha Team

Published : Dec 27, 2023, 7:18 AM IST

fake doctor
fake doctor

Fake Doctor in Jajpur: ଭୁବନେଶ୍ଵର ବାଳକାଟି ସ୍ଥିତ ଏକ ଘରୋଇ ହସ୍ପିଟାଲ ନାମରେ ଠକେଇ ଅଭିଯୋଗ । ବିନା ଅସ୍ତ୍ରୋପଚାର ଓ ଚିକିତ୍ସାରେ ରୋଗୀଙ୍କ BSKY କାର୍ଡ଼ରୁ ଟଙ୍କା କାଟି ନେଇଯାଇଥିବା ଅଭିଯୋଗ ହୋଇଛି । ନକଲି ଡାକ୍ତରକୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

fake doctor

ଯାଜପୁର: ଭୁବନେଶ୍ଵର ବାଳକାଟି ସ୍ଥିତ ଏକ ଘରୋଇ ହସ୍ପିଟାଲ ନାମରେ ଠକେଇ ଅଭିଯୋଗ । ବିନା ଅସ୍ତ୍ରୋପଚାର ଓ ଚିକିତ୍ସାରେ ରୋଗୀଙ୍କ BSKY କାର୍ଡ଼ରୁ ଟଙ୍କା କାଟି ନେଇଯାଇଥିବା ଅଭିଯୋଗ ହୋଇଛି । ଏଭଳି ଠକେଇ କରାଯାଇଥିବା ଅଭିଯୋଗରେ ଯାଜପୁର ଜିଲ୍ଲା କୋରାଇ ଥାନା ପାଟରଙ୍ଗା ଗ୍ରାମରେ ଏହି ଘରୋଇ ହସ୍ପିଟାଲର ମାର୍କେଟିଂ ମ୍ୟାନେଜର ତଥା ନିଜକୁ ଡାକ୍ତର ପରିଚୟ ଦେଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ, ଗତ କିଛିଦିନ ତଳେ ହିମାଂଶୁ ଦାସ ନାମକ ଜନୈକ ବ୍ୟକ୍ତି ପାଟରଙ୍ଗା ଗ୍ରାମକୁ ଆସି ନିଜକୁ ସାଇ ସବୁରି ହସ୍ପିଟାଲର କର୍ମଚାରୀ ବା ମେଡିସିନ ବିଭାଗର ଡାକ୍ତର ପରିଚୟ ଦେଇଥିଲା । ଏଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର କରିବାକୁ କହିଥିଲା । ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିବା ପରେ ସରପଞ୍ଚଙ୍କ ଅନୁମତି ନେଇ ଗାଁରେ ଏକ ସ୍ବାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଲୋକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାସହ ପରେ ୩୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା ଓ ବିଭିନ୍ନ ଅସ୍ତ୍ରୋପଚାର କରାଇ ଦେବା ପାଇଁ କହି ଭୁବନେଶ୍ବର ବାଳକାଟି ସ୍ଥିତ ଏକ ଘରୋଇ ମେଡ଼ିକାଲକୁ ନିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଦିଗପହଣ୍ଡି ଓ କଟକରେ ରେଡ୍: ଅସଲି ରୋଗୀ ଦେଖୁଥିଲେ ନକଲି ଡ଼ାକ୍ତର, ପୂର୍ବରୁ ବାନ୍ଧିଥିଲା ତେଲେଙ୍ଗାନା ପୋଲିସ

ତେବେ ଗ୍ରାମର ପ୍ରାୟ 18 ଜଣ ଲୋକଙ୍କୁ ଚିକିତ୍ସା ଓ ବିଭିନ୍ନ ଅସ୍ତ୍ରୋପଚାର କରାଇବା ପାଇଁ ନିଆଯାଇଥିଲେ ହେଁ ସେଠାରେ ଅନେକ ରୋଗୀଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର କରାନଯାଇ ସେମିତି ଛାଡି ଦିଆଯାଇଥିଲା । ଏହା ସହିତ ସେମାନଙ୍କ ବିଯୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ରୁ (BSKY card )ରୁ ଟଙ୍କା କାଟି ନିଆ ଯାଇଥିଲା । ତେବେ ଏନେଇ ରୋଗମନାଙ୍କୁ ଚାକିତ୍ସା କପରାଇବା ପାଇଁ କହି ନେଇଥିବା ସମ୍ପୃକ୍ତ ବ୍ୟକ୍ତି ହିମାଂଶୁ ଦାସକୁ ପାଟରଙ୍ଗା ଗ୍ରାମବାସୀ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନଥିଲେ । ସେପଟେ ଆଜି ହିମାଂଶୁ ପାଟରଙ୍ଗା ଗ୍ରାମ ନିକଟସ୍ଥ ରାଣୀପଡା ଗ୍ରାମକୁ ଆସିଥିବା ବେଳେ ପାଟରଙ୍ଗା ଗ୍ରାମବାସୀ ତାଙ୍କୁ କାବୁ କରି ଗ୍ରାମକୁ ଆଣି ଅଟକ ରଖିଥିଲେ । ଏନେଇ ଗ୍ରାମବାସୀ ପୋଲିସକୁ ଜଣାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ ସମ୍ପୃକ୍ତ ବ୍ୟକ୍ତି ହିମାଂଶୁ ଦାସ କହିଛି ଯେ, ଯେଉଁ ଲୋକମାନଙ୍କର ଟଙ୍କା କାଟିଥିବା ସେ ବିଷୟରେ ହସ୍ପିଟାଲ ଜାଣିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.