ETV Bharat / state

ଟ୍ରକ-ବାଇକ ଧକ୍କାରେ ମାମୁଁ-ଭଣଜା ମୃତ, ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Sep 10, 2020, 5:59 PM IST

Updated : Sep 10, 2020, 8:00 PM IST

jajpur
ଟ୍ରକ-ବାଇକ ଧକ୍କାରେ ମାମୁଁ-ଭଣଜା ମୃତ

ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଟ୍ରକ ଧକ୍କାରେ ମାମୁଁ ଭଣଜା ମୃତ୍ୟୁ ହୋଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ଯାଜପୁର: ଭଉଣୀ ଘରକୁ ଦୁତିଆ ଓଷା ଭାର ନେଇ ଯାଉଥିବାବେଳେ ଦୁର୍ଘଟଣାରେ ମାମୁଁ-ଭଣଜାଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଏହି ଦୁର୍ଘଟଣା ଘଟଛି । ଟ୍ରକ ଧକ୍କାରେ ମାମୁଁ ଭଣଜାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ଟ୍ରକ-ବାଇକ ଧକ୍କାରେ ମାମୁଁ-ଭଣଜା ମୃତ

ସୂଚନା ମୁତାବକ, ମୃତକ ମଧୁବନ ନଗୁଆଁ ଗାଁର ରାଜକିଶ୍ବର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୁତିଆ ଓଷା ଭାର ଦେବା ପାଇଁ ଭଣଜାକୁ ନେଇ ବାଇକରେ ଯାଉଥିଲେ। ଖରସ୍ରୋତା ନଦୀ ବ୍ରିଜ ଉପରେ ଗୋଟେ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମାମୁଁ-ଭଣଜାଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଦୁର୍ଘଟଣା କରିଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଖୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରୁ ଜଣେ ପୋଲିସ ଆହାତ ହୋଇଛନ୍ତି । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନକୁ ପଠାଇ ଦିଆଯାଇଛି । ଏହାସହ ଦୁର୍ଘଟଣା କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି ପୋଲିସ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Sep 10, 2020, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.