ETV Bharat / state

ଗାଁ ପୋଖରୀରୁ ମିଳିଲା ଦାଦା-ପୁତୁରାଙ୍କ ମୃତଦେହ

author img

By

Published : Nov 24, 2022, 8:00 AM IST

ଗାଁ ପୋଖରୀରୁ ୨ଟି ମୃତଦେହ ଉଦ୍ଧାର
ଗାଁ ପୋଖରୀରୁ ୨ଟି ମୃତଦେହ ଉଦ୍ଧାର

ପୋଖରୀରୁ ୨ଟି ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଅର୍ଥଙ୍ଗା ପଞ୍ଚାୟତ ଅଳପୁଆ ଗ୍ରାମରେ । ଅଧିକ ପଢ଼ନ୍ତୁ

ଯାଜପୁର: ଗାଁ ପୋଖରୀରୁ ଦାଦା-ପୁତୁରାଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଅର୍ଥଙ୍ଗା ପଞ୍ଚାୟତ ଅଳପୁଆ ଗ୍ରାମରେ । ମୃତ ଦାଦା-ପୁତୁରା ହେଲେ ସାମନ୍ତରାପୁର ପଞ୍ଚାୟତର ଶୁଣାଗ୍ରାମର ନିଖୋଜ ସୁକଦେବ ମଲିକ ଓ ଅନାମ ମଳିକଙ୍କ ବୋଲି ଜଣାପଡିଛି ।

ସୂଚନା ମୁତାବକ, ସୋମବାର ରାତିରେ ଅଳପୁଆ ଗ୍ରାମରେ ଥିବା ପୋଖରୀକୁ ପଡୋଶୀ ଗ୍ରାମର ୩ଜଣ ବ୍ୟକ୍ତି ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ଜାଣି ପାରିବାରୁ ପାଟିତୁଣ୍ଡ କରିବାରୁ ଜଣେ ସେଠାରୁ ଖସି ପଳାଇ ଯାଇଥିଲା । ହେଲେ ଅନ୍ୟ ୨ଜଣ ରହିଯାଇଥିଲେ । ତେବେ ଏହି ୨ଜଣ ନିଖୋଜ ଥିବା ନେଇ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ।

ଘଟଣାସ୍ଥଳରୁ ଖସି ଆସିଥିବା ପ୍ରଶାନ୍ତ ମଲିକ ନାମକ ଯୁବକକୁ ଥାନାକୁ ଡାକି ପୋଲିସ ପଚରାଉଚରା କରିଥିଲା । ତେବେ ନିଖୋଜ ଥିବା ଦାଦା-ପୁତୁରାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି । ପୋଲିସ ଓ ଅଗ୍ନିଶମବାହିନୀ ସହାୟତାରେ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.