ETV Bharat / state

ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କିନ୍ନର ସଙ୍ଘ ସଭାପତି

author img

By

Published : Jul 5, 2022, 11:08 PM IST

ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କିନ୍ନର ସଙ୍ଘ ସଭାପତି
ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କିନ୍ନର ସଙ୍ଘ ସଭାପତି

ଭଦ୍ରକରେ କିନ୍ନରଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ଘଟଣା । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କିନ୍ନର ସଙ୍ଘ ସଭାପତି । ଅଧିକ ପଢ଼ନ୍ତୁ

ଯାଜପୁର: କିନ୍ନରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କିନ୍ନର ସଙ୍ଘ ସଭାପତି କାଜଲ ନାୟକ । ତାଙ୍କ ଗୋଷ୍ଠୀର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଜଣକୁ ମଧ୍ୟ ଗିରଫ କରାଯାଇ ନାହିଁ । କାଜଲଙ୍କ ବ୍ୟାସନଗର ସ୍ଥିତ ବାସଭବନରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କିନ୍ନର ସଙ୍ଘ ସଭାପତି

ସୂଚନା ମୁତାବକ ଗତ ତିନିଦିନ ତଳେ କୌଣସି ଏକ ଘଟଣାକୁ ନେଇ ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହେଇଥିଲା । ଏହାର ସମାଧାନ କରିବାକୁ କାଜଲ ଭଦ୍ରକ ଯାଇଥିଲେ । ଏକ ହୋଟେଲରେ କାଜଲ ଓ ତାଙ୍କ ଗୋଷ୍ଠୀର କିଛି କିନ୍ନର ରାତିରେ ରହିଥିଲେ । ତେବେ ଅନ୍ୟ ଗୋଷ୍ଠୀର କିଛି ସଦସ୍ୟ ଏହି ହୋଟେଲରେ ପଶି ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଭଦ୍ରକ ଜିଲ୍ଲା ସଦର ଥାନାରେ ଅଭିଯୋଗ କରିଥିଲେ କାଜଲ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.