ETV Bharat / state

ଯାଜପୁରରେ ଚୋର ଧରିବାକୁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

author img

By

Published : Jul 30, 2022, 4:24 PM IST

ବୋଲେରୋ ଗାଡି ଚୋରି ଘଟଣାରେ ତଲାସ କରିବାକୁ ଯାଇଥିବାବେଳେ ପୋଲିସକୁ ପାଲଟା ଆକ୍ରମଣ । ୭ଜଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

seven villagers arrested in  jajpur for attack on police
ଚୋର ଧରିବାକୁ ଯାଇଥିବା ବେଳେ ପୋଲିସକୁ ପାଲଟା ଆକ୍ରମଣ

ଯାଜପୁର: ଗାଡି ଚୋରି ଘଟଣାରେ ତଲାସ କରିବାକୁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ । ଏହି ଘଟଣାରେ ଜଣେ ସବଇନ୍ସପେକ୍ଟର ଓ ୩ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୋଲିସ ୭ଜଣକୁ ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ବୈରୀ ଥାନା ଅଞ୍ଚଳରେ ହୋଇଥିବା ଏକ ଗାଡି ଚୋରି ଘଟଣାର ତଦନ୍ତ କରିବାକୁ ଆସି ଏଭଳି ଆକ୍ରମଣର ଶିକାର ହୋଇଛି ପୋଲିସ ।

ଚୋର ଧରିବାକୁ ଯାଇଥିବା ବେଳେ ପୋଲିସକୁ ପାଲଟା ଆକ୍ରମଣ

ଚୋରିର ଲିଙ୍କ୍‌ ବ୍ରାହ୍ମଣ ବାଛପୁର ଅଞ୍ଚଳର ଥିବା ସୂଚନା ପାଇ ଆଜି(ଶନିବାର) ଗାଁର କବାଡି ଖାନା ଉପରେ ଚଢ଼ାଉ କରିଥିଲା ପୋଲିସ । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାପରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା । ଏପରିକି ପୋଲିସ ଉପରକୁ ଢେଲା ପଥର ମଧ୍ୟ ମାଡ଼ କରିଥିଲେ । ଏଥିରେ 4 ଜଣ ପୋଲିସ ଆହତ ହୋଇଥିବାବେଳେ ପୋଲିସ ଗାଡି ମଧ୍ୟ ଭାଙ୍ଗିଛି ।

ଏନେଇ ସଦର ଥାନାରେ 15 ଜଣଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ ହେବା ପରେ 7 ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ଅନ୍ୟପଟେ ପୋଲିସ ସାଧା ପୋଷାକରେ ଥିବାରୁ ଜାଣି ପାରିଲୁ ନାହିଁ ବୋଲି ଗିରଫ ମହିଳା ପାଲଟା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭ଜଣ ଗିରଫ ହୋଇଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.