ETV Bharat / state

ପୋଲିସ ଭ୍ୟାନ ପୋଡି ଘଟଣାରେ 14 ଅଟକ

author img

By

Published : Mar 7, 2021, 1:08 PM IST

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଣସୁଧା ଗାଁରେ ପୋଲିସ ଭ୍ୟାନ ପୋଡି ଘଟଣାରେ 14ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ପୋଲିସ ଭ୍ୟାନ ପୋଡି ଘଟଣା
ପୋଲିସ ଭ୍ୟାନ ପୋଡି ଘଟଣା

ଯାଜପୁର: ବାଲିଚନ୍ଦ୍ରପୁର ଥାନା ପଣସୁଧା ଗାଁରେ ପୋଲିସ ଭ୍ୟାନ ପୋଡି ଘଟଣା । ଘଟଣାରେ 14 ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ 14ଜଣଙ୍କ ଭିତରେ ଦୁଇଜଣ ମହିଳା ଥିବା ଜଣାପଡିଛି ।

ପୋଲିସ ଭ୍ୟାନ ପୋଡି ଘଟଣା

ସୂଚନାଅନୁସାରେ, ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପଣସୁଧା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ପହଞ୍ଚିଥିଲା । ଏନେଇ ଉତ୍ତେଜିତ ଲୋକ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡରେ ପୋଲିସ ଭ୍ୟାନ ସହିତ ଚାରୋଟି ଦୋକାନ ଜଳିଯାଇଥିଲା ।

ଘଟଣାର ତଦନ୍ତ କରି ପୋଲିସ 14 ଜଣଙ୍କୁ ଅଟକ ରଖିଛି । 14ଜଣଙ୍କ ମଧ୍ୟରୁ ଦୁଇଜଣ ମହିଳା ଥିବା ଜଣାପଡିଛି । ସମଗ୍ର ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.