ETV Bharat / state

ପିହୁ ନିଖୋଜ ଘଟଣା; ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବାପା-ମାଙ୍କ ଧାରଣା

author img

By

Published : Jan 5, 2021, 7:38 AM IST

Updated : Jan 5, 2021, 8:00 AM IST

ପିହୁ ନିଖୋଜ ଘଟଣା
ପିହୁ ନିଖୋଜ ଘଟଣା

ପିହୁର ଏପର୍ଯ୍ୟନ୍ତ କୌଣସି ଖବର ମିଳୁ ନଥିବାରୁ ପରିବାର ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ବିଞ୍ଝାରପୁର ଥାନା ମଧୂସୁଦନପୁର ଅଞ୍ଚଳରୁ ନିଖୋଜ ହୋଇଥିବା ଶିଶୁ କନ୍ୟା ପିହୁର ଏ ଯାଏଁ ପତ୍ତା ମିଳିନାହିଁ । ଘଟଣାକୁ 5 ମାସ ବିତିବାକୁ ବସିଥିଲେ ବି ଅପରାଧୀର ଟେର୍‌ ପାଇନି ପୋଲିସ ।

ପିହୁ ନିଖୋଜ ଘଟଣା

ଏହାର ପ୍ରତିବାଦ କରି ପିହୁର ପରିବାର ଲୋକେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଘଟଣାର କୌଣସି ତଦନ୍ତ ଆଗକୁ ବଢୁନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ପିହୁ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଜିଦ ଧରିଛନ୍ତି ପିହୁର ପରିବାର ଲୋକେ । ଆବଶ୍ୟକ ପଡିଲେ ଆଗକୁ ନବୀନ ନିବାସ ଯିବାକୁ ପଛାଇବେ ନାହିଁ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି ।

ପିହୁ ନିଖୋଜ ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଶିଶୁ ସୁରକ୍ଷା ଆୟୋଗ ଘଟଣାର ଅନୁଧ୍ୟାନ କରି ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ପିହୁର ପତ୍ତା ନ ମିଳିବା ବିଞ୍ଝାରପୁର ପୋଲିସର ଅପାରଗତାକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଧେଶ କରୁଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Jan 5, 2021, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.