ETV Bharat / state

ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା

author img

By

Published : Aug 8, 2022, 4:37 PM IST

ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା
ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା

ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଶିଶୁ କନ୍ୟା ପିହୁ ନିଖୋଜ ଘଟଣାକୁ ୨ ବର୍ଷ । ନ୍ୟାୟ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପିହୁର ମାଆ ମୋନାଲିସା ନାୟକ । ଅଧିକ ପଢ଼ନ୍ତୁ

ଯାଜପୁର: ବହୁ ଚର୍ଚ୍ଚତ ପିହୁ ନିଖୋଜ ଘଟଣାକୁ ପୁରିଲା ୨ ବର୍ଷ । ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁ କନ୍ୟା ପିହୁର ପତ୍ତା ପାଇବାରେ ବିଫଳ ହୋଇଛି ପୋଲିସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପିହୁର ମାଆ ମୋନାଲିସା ନାୟକ । ତାଙ୍କ କଥାକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି କି ତାଙ୍କ ଝିଅକୁ ଖୋଜିବାରେ ପୋଲିସ ତତ୍ପରତା ଦେଖାଉନଥିବାରୁ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ।

ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା

ତେବେ ୨୦୨୨ ମସିହା ଅଗଷ୍ଟ ୮ ତାରିଖରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏନେଇ ବିଞ୍ଝାରପୁର ଥାନାରେ ତାର ମାଆ ମୋନାଲିସା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ନିଷ୍କ୍ରିୟତା କାରଣରୁ ତାଙ୍କ ଝିଅ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ମଧ୍ୟ କୌଣସି ଲାଭ ମିଳିନାହିଁ । ପୂର୍ବରୁ ସେ ଜିଲ୍ଲାପାଳଙ୍କ ମାଧ୍ୟମରେ ଇଛାମୃତ୍ୟୁ ପାଇଁ ନିବେଦନ କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

ସୂଚନା ଅନୁସାରେ, ପିହୁ ନିଖୋଜ ହେବା ବେଳେ ତା ମାଆ ଘର କାମ କରୁଥିଲେ । ଏହାସହ ପିହୁର ବାପା ମଧ୍ୟ ବାଙ୍ଗାଲୋରରୁ ଆସି ସଙ୍ଗରୋଧରେ ରହିଥିଲେ । ସାଥିଙ୍କ ମେଳରେ ଖେଳୁଥିବା ସମୟରେ ହଠାତ୍ କେଉଁ ଆଡେ ଗାଏବ ହୋଇଯାଇଥିଲା ପିହୁ । ଝିଅର ସନ୍ଧାନ ନମିଳିବାରୁ ଥାନାକୁ ଯାଇ ମାମଲା ରୁଜୁ କରିଥିଲେ ବାପା ମାଆ । କେହିଜଣେ ଏକ ବାଇକରେ ଗାମୁଛରେ ବାନ୍ଧି ଜଣେ ଛୁଆକୁ ନେଇ ଯାଉଥିବା ନେଇ କିଛି ସ୍ଥାନୀୟ ଲୋକ କହିଥିଲେ । ହେଲେ ଏହି ଆଧାରରେ ପୋଲିସ କୌଣସି ତଦନ୍ତ କରୁନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ପିହୁର ଫେରିବା ବାଟକୁ ୨ ବର୍ଷ ହେଲା ଚାହିଁ ରହିଛନ୍ତି ବାପା ଓ ମାଆ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.