ETV Bharat / state

କଳିଙ୍ଗନଗରରେ ଜମିଲା ନୂଆଁଖାଇ ଭେଟଘାଟ

author img

By

Published : Oct 17, 2022, 8:58 AM IST

କଳିଙ୍ଗନଗରରେ ଜମିଲା ନୂଆଁଖାଇ ଭେଟଘାଟ
କଳିଙ୍ଗନଗରରେ ଜମିଲା ନୂଆଁଖାଇ ଭେଟଘାଟ

ଯାଜପୁରର କଳିଙ୍ଗନଗର ତ୍ରିଜଙ୍ଗା ଠାରେ ପାଳିତ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ । ଏଠାରେ ରହୁଥିବା ପଶ୍ଚିମ ଓଡିଶାର ଅଧିବାସୀ ଆନନ୍ଦ ଉଲ୍ଲାସର ସହ ପାଳିଛନ୍ତି । ଅଧିକ ପଢନ୍ତୁ

ଯାଜପୁର: ସହରରେ ଆୟୋଜିତ ହୋଇଯାଇଛି ନୂଆଁଖାଇ ଭେଟଘାଟ । ଶିଳ୍ପ ଜିଲ୍ଲା ଯାଜପୁରର କଳିଙ୍ଗନଗରରେ ବଡ ଧୂମଧାମରେ ପାଳିତ ହୋଇଛି ନୂଆଁଖାଇ । ଏଠାରେ ରହୁଥିବା ପଶ୍ଚିମ ଓଡିଶାର ଅଧିବାସୀ ଆନନ୍ଦ ଉଲ୍ଲାସର ସହ ପାଳିଛନ୍ତି । ପାରମ୍ପରିକ ରୀତିନୀତିକୁ ବଜାୟ ରଖି ବିଭିନ୍ନ ପ୍ରତିଯୋଗୀତା, ନାଚଗୀତ ଓ ଲୋକକଳାର ପ୍ରଦର୍ଶନ କରିଛନ୍ତି । ନୂତନ ଖାଦ୍ୟ ପରଷି ପରସ୍ପରକୁ ନୂଆଁଖାଇ ଜୁହାର୍ କରିଛନ୍ତି । ଉତ୍ସବ ମୁଖର ପରିବେଶରେ ସମାହିତ ହୋଇଛି ନୂଆଁଖାଇ ଭେଟଘାଟ୍ ।

କଳିଙ୍ଗନଗରରେ ଜମିଲା ନୂଆଁଖାଇ ଭେଟଘାଟ

ପଶ୍ଚିମ ଓଡିଶାର ନାଚଗୀତ, ଲୋକକଳା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କଳାସଂସ୍କୃତିର ପ୍ରତିଯୋଗୀତା ମଧ୍ୟ କରାଯାଇଥିଲା । ଏହାସହ କୃତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଡିଟୋରିଅମ୍ ହଲ ଭିତରେ ଖଚାଖଚ୍ ଭିଡ ପରିଲକ୍ଷିତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ: ଶ୍ରେଣୀଗୃହରେ ପାଠ ପଢ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁରର କଳିଙ୍ଗନଗର ତ୍ରିଜଙ୍ଗା ଠାରେ ପାଳିତ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ । ପରମ୍ପରା ଅନୁଯାୟୀ ନୂତନ ବସ୍ତ୍ର ପରିଧାନ କରି ନୂଆ ଚାଉଳରେ ପ୍ରସ୍ତୁତ ଖାଦ୍ୟରେ ପରଷିଛନ୍ତି ଅତିଥି ଅଭ୍ୟାଗତଙ୍କୁ । ପରସ୍ପରକୁ ଆଲିଙ୍ଗନ କରି ନୂଆଁଖାଇ ଜୁହାର କରିଛନ୍ତି । ସାନମାନେ ବଡ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେପଟେ ଆୟୋଜିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ବେଶ୍ ମଜା ଉଠାଇଛନ୍ତି ଦର୍ଶକ ।

ପରମ୍ପରା ଅନୁଯାୟୀ ମହିଳାମାନେ ନିଜ ଘରେ ଇଷ୍ଟଦେବୀ ମା’ ସମଲେଇଙ୍କ ପୂଜା ସମ୍ପନ୍ନ କରିବା ପରେ ନୂତନ ଅନ୍ନରେ ରୋଷେଇ କରି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଏହାପରେ ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ନବାନ୍ନ ପରଷିଥିଲେ । ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଜଣାଇ ଏହି ପରମ୍ପରା ପ୍ରଚଳିତ ହୋଇଆସିଛି । ନିଜ ଗାଁ ଭିଟାମାଟି ଛାଡି ଚାକିରୀ କିମ୍ବା ବ୍ୟବସାୟରେ ସଂଶ୍ଳିଷ୍ଟ ଥିବା ପଶ୍ଚିମ ଓଡିଶା ବାସିନ୍ଦାମାନେ ଆୟୋଜନ କରିଥିଲେ ଏହି ପାରମ୍ପରିକ ଉତ୍ସବ । ଏହି ଭେଟଘାଟରେ ପଶ୍ଚିମ ଓଡିଶାର 2ଶହରୁ ଊର୍ଦ୍ଧ୍ବ ପରିବାର ସାମିଲ ହୋଇଥିଲେ।

ବିଗତ ପ୍ରାୟ 5ବର୍ଷ ହେବ ଯାଜପୁରରେ ଆୟୋଜିତ ହୋଇଆସୁଛି ପଶ୍ଚିମ ଓଡିଶାର ନୂଆଁଖାଇ ପର୍ବ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଡ ଧୂମଧାମରେ ପାଳିତ ହୋଇଛି ନୂଆଁଖାଇ ଭେଟଘାଟ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.