ETV Bharat / state

NHRCରେ ପହଞ୍ଚିଲା ଯାଜପୁର ରୁଦ୍ର ପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ ମାମଲା

author img

By

Published : Aug 12, 2022, 1:19 PM IST

ଯାଜପୁର ରୁଦ୍ର ପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟଣା,ମାମଲାରେ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର କମିଶନ
ଯାଜପୁର ରୁଦ୍ର ପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟଣା,ମାମଲାରେ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର କମିଶନ

ଯାଜପୁର ବିତନା ଗାଁର ରୁଦ୍ର ପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ ମାମଲା । ୮ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଯାଜପୁର ଏସପିଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଯାଜପୁର: ଜିଲ୍ଲାର ବିଞ୍ଝାରପୁର ବିତନା ଗାଁର ରୁଦ୍ର ପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟଣା । ଏ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC) । ଏହି ମାମଲାକୁ ବିଚାର କରି ୮ ସପ୍ତାହ ଭିତରେ ଏକ ରିପୋର୍ଟ ଦେବାକୁ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରୁଦ୍ରଙ୍କ ମୃତ୍ୟୁକୁ ବର୍ଷେ ବିତିସାରିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଏହା ରହସ୍ୟ ଘେରରେ ରହିଛି ।

ଯାଜପୁର ରୁଦ୍ର ପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟଣା,ମାମଲାରେ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର କମିଶନ

ସୂଚନା ଅନୁସାରେ, ଯାଜପୁର ବାଣପୁର ଜଗନ୍ନାଥ ମନ୍ଦିର ପୋଖରୀରୁ ରୁଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଘଟଣା ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ । କିମ୍ବା ମୃତ୍ୟୁର ପ୍ରକୃତ କାରଣ ଖୋଜିପାରିନି । ଏହି ଘଟଣାରେ ମାନବାଧିକାର କର୍ମୀ ସୁବ୍ରତ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରିବାକୁ ମଧ୍ୟ ଦାବି କରିଥିଲେ । କମିଶନ ଏହି ମାମଲାକୁ ବିଚାର କରି ୮ ସପ୍ତାହ ଭିତରେ ଏକ ରିପୋର୍ଟ ଦେବାକୁ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.