ETV Bharat / state

ନାବାଳିକା ଛାତ୍ରୀ ଅପହରଣ ଘଟଣା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

author img

By

Published : Aug 16, 2021, 9:02 PM IST

ନାଉବଙ୍କା ଗାଁ ନାବାଳିକା ଛାତ୍ରୀ ଅପହରଣ ଘଟଣା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର
ନାଉବଙ୍କା ଗାଁ ନାବାଳିକା ଛାତ୍ରୀ ଅପହରଣ ଘଟଣା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବିଂଝାରପୁର ନାଉବଙ୍କା ଗାଁରେ ନାବାଳିକା ଛାତ୍ରୀକୁ କଲେଜରୁ ଅପହରଣ ଅଭିଯୋଗ ଘଟଣାରେ ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର । ଅଧିକ ପଢନ୍ତୁ...

ଯାଜପୁର: ବିଂଝାରପୁର ନାଉବଙ୍କା ଗାଁରେ ନାବାଳିକା ଛାତ୍ରୀକୁ କଲେଜରୁ ଅପହରଣ ଅଭିଯୋଗ ଘଟଣାରେ ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର । ସୂଚନା ମୁତାବକ ଗତ ୨୬/୭/୨୦୨୧ ଦିନ ନାଉବଙ୍କା ଗାଁର ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅ ସିଙ୍ଗପୁର ସରକାରୀ କଲେଜକୁ ପାଠ ପଢିବାକୁ ଯାଇଥିଲେ ।

କଲେଜର କ୍ଲାସ ସରିଗଲା ପରେ ଦୀର୍ଘ ଘଣ୍ଟା ଧରି ଘରକୁ ଫେରି ନଥିଲେ । ନାବାଳିକା ଝିଅର ପରିବାର ସବୁଆଡେ ଖୋଜାଖୋଜି କରିଥିଲେ । ହେଲେ ଝିଅର କୌଣସି ଖବର ପାଇନଥିଲେ। ଶେଷରେ ପରିବାର ପକ୍ଷରୁ ବିଂଝାରପୁର ଥାନାରେ ୨୭/୭/୨୦୨୧ ତାରିଖରେ ଝିଅକୁ ଅପହରଣ ହୋଇଥିବା ଅଭିଯୋଗ କରିଥିଲେ।

ନାଉବଙ୍କା ଗାଁ ନାବାଳିକା ଛାତ୍ରୀ ଅପହରଣ ଘଟଣା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ତେବେ ଝିଅ ନିଖୋଜ ହେବାର ୨୦ ଦିନ ବିତିଗଲା ପରେ ବି ବିଂଝାରପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଆଜି ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପିଙ୍କ ଦ୍ୱାରସ୍ଥ ହେଇଛନ୍ତି ନାବାଳିକା କଲେଜ ଛାତ୍ରୀର ପରିବାର। ସେପଟେ ଏସପି ରାହୁଲ ପିଆର ଏହି ପରିବାରକୁ ଭେଟି ବିଂଝାରପୁର ଥାନା ଅଧିକାରୀଙ୍କ ସହିତ ଆଲୋଚନା କରି ଘଟଣାର ଅନୁସନ୍ଧାନ କରିବେ ବୋଲି କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.