ETV Bharat / state

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟ୍ ଅଭିଯୋଗରେ ୩ ଗିରଫ

author img

By

Published : Aug 9, 2022, 7:38 PM IST

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟ୍ ଅଭିଯୋଗରେ ୩ ଗିରଫ
ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟ୍ ଅଭିଯୋଗରେ ୩ ଗିରଫ

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଯାଜପୁରରେ ଚାଲିଥିଲା ଅର୍ଥ ଲୁଟ୍ । ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଯାଜପୁର: ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନୀରିହ ଲୋକଙ୍କ ଯାରୁ ଟଙ୍କା ଲୁଟୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଲା ଯାଜପୁର ପୋଲିସ । ଲୁଟରେ ସମ୍ପୃକ୍ତ ୩ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିବା ସୂଚନା । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟ୍ ଅଭିଯୋଗରେ ୩ ଗିରଫ

ସୂଚନା ଅନୁଯାୟୀ, ବିଭିନ୍ନ ଲୋକଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେବା ନାଁରେ ନକଲି ଷ୍ଟାମ୍ପ ଓ ଦସ୍ତଖତ କରି ନକଲି ପ୍ରମାଣ ପତ୍ର ଦେଉଥିଲେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅନୁପ ନାଥ ଶର୍ମା ଯାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇ ଥିବାବେଳେ ଜାଲ ସାର୍ଟିଫିକେଟ ରାକେଟକୁ ଠାବ କରିଛି । ଜାଲ ସାର୍ଟିଫିକେଟ ଦେଇଥିବା ଏବଂ ଏହାକୁ ବ୍ୟବହାର କରୁଥିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଗିରଫ କରିଛି । ସେମାନଙ୍କ ଠାରୁ କିଛି ନକଲି ଷ୍ଟାମ୍ପ, ପ୍ୟାଡ଼ ଆଦି ଜବତ କରାଯାଇଛି । ଅଭିଯୁକ୍ତମାନେ ୨୦୧୪ ମସିହାରୁ ଏହି ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ରାକେଟ ଚଳାଇଥିବା ଜଣାପଡିଛି । ମାମଲାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ କହିଛନ୍ତି ।


ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.