ETV Bharat / state

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Apr 30, 2021, 10:19 AM IST

ପୋଲିସ  ତଦନ୍ତ ଆରମ୍ଭ
ପୋଲିସ ତଦନ୍ତ ଆରମ୍ଭ

ଯାଜପୁର ଜିଲ୍ଲା ଟାଉନ ଥାନା ମୋଟଙ୍ଗାପାଳ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲା ଟାଉନ ଥାନା ମୋଟଙ୍ଗାପାଳ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜୁଳମଣି ପରିଡା । ତାଙ୍କୁ ହତ୍ୟା କରଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଅନୁସାରେ, ଜୁଳମଣି ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି । ଗତକାଲି ଚୈତ୍ର ପୂର୍ଣ୍ଣିମା ହୋଇଥିବାରୁ ସେ ଘରୁ ବାହାରୁକୁ ଯାଇଥିଲେ । ଘରଠାରୁ 200 ମିଟର ଦୂରରେ ମଦ ରନ୍ଧା ଯାଉଥିବା ବେଳେ ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଘଟଣାରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ହତ୍ୟା ପଛରେ ବ୍ୟବସାୟିକ ଶତ୍ରୁତା କି ଅନ୍ୟ କିଛି କାରଣ ଅଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.