ETV Bharat / state

ସମାପ୍ତ ହେଲା ମା' ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା

author img

By

Published : Oct 24, 2020, 10:49 PM IST

mahanabami-puja-helds-on-maa-biraja
ଶନିବାର ସମାପ୍ତ ହେଲା ମା' ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା

ଆଜି ବିରଜା ଦେବୀଙ୍କ ମହାନବମୀ । ଶନିବାର ସମାପ୍ତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ଅଧିକ ପଢନ୍ତୁ...

ଯାଜପୁର: ଶନିବାର ସମାପ୍ତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ଆଜି ବିରଜା ଦେବୀଙ୍କ ମହାନବମୀ । ଅପରାହ୍ନରେ ମା' ବିରଜାଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ମନ୍ଦିର ବେଢା ଚତୁପାର୍ଶ୍ୱ ପରିକ୍ରମା କରିଥିଲେ ।

ଶନିବାର ସମାପ୍ତ ହେଲା ମା' ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା

ଆଜି ରାତିରେ ମା'ଙ୍କ ବିଜେ ପ୍ରତିମା ରଥରୁ ଓହ୍ଲାଇ ମହିଷାସୁର ନିଧନ ଲାଗି ଲାଖବିନ୍ଧା ପଡିଆ ଅଭିମୁଖେ ଯାତ୍ରା କରିବେ । ସେଠାରୁ ନିଃଶାର୍ଦ୍ଧ ରାତିରେ ଚର୍ତୁଃପାର୍ଶ୍ବକୁ ଲାଖ ବିନ୍ଧିବା ପରେ ମନ୍ଦିର ପ୍ରତ୍ୟାବର୍ତନ କରିବେ । ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ମା' ସିଂହାସନ ଆରୋହଣ କରିବେ ।

ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । କାେଭିଡ କଟକଣା ରଥଯାତ୍ରା ହେଉଥିବାରୁ ଆଜି ଲାଖବିନ୍ଧା ଯାତ୍ରାର ଶେଷ ପର୍ଯ୍ୟନ୍ତ ମନ୍ଦିର ଚାରିପାଖ ଏବଂ ଲାଖବିନ୍ଧା ପଡିଆ ଏବଂ ସଂଯୋଗ କରୁଥିବା ରାସ୍ତାରେ ୧୪୪ ଧାରା ବଳବତ୍ତର ରହିବ । ଆଜି ମା ବିରଜା ମାହେଶ୍ବରୀ ବେଶରେ ପୂଜା ପାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.