ETV Bharat / state

ମହାନବମୀରେ ଖାଁ ଖାଁ ଯାଜପୁରର ପୂଜାମଣ୍ଡପ

author img

By

Published : Oct 25, 2020, 7:53 PM IST

ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ମହାନବମୀ ପାଳିତ
ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ମହାନବମୀ ପାଳିତ

ଯାଜପୁରର ବିଭିନ୍ନ ସ୍ଥାନରେ ନିରାଡ଼ମ୍ବରରେ ଆଜି ମହାନବମୀ ପାଳନ ହେଉଛି । ମଣ୍ଡପକୁ ଆସୁଥିବା କିଛି ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି । ଅଧିକ ପଢନ୍ତୁ...

ଯାଜପୁର: ଆଜି ହେଉଛି ପବିତ୍ର ମହାନବମୀ । ଯାଜପୁର ଜିଲ୍ଲା ବିଞ୍ଝାରପୁରର ବିଭିନ୍ନ ପୂଜା ମଣ୍ଡପରେ ଦଶଭୁଜାଙ୍କ ମହାନବମୀ ପାଳିତ ହେଉଛି । ହେଲେ ଖାଁ ଖାଁ ପଡିଛି ସବୁ ପୂଜା ମଣ୍ଡପ । ନାଁ ପୂର୍ବଭଳି ଝଲସୁଛି ମଣ୍ଡପ ନାଁ ଦେଖିବାକୁ ମିଳୁଛି ଭକ୍ତଙ୍କ ଗହଳି । କୋରୋନା ମହାମାରୀରେ ସବୁଠି ଶୂନ୍ୟତା ଛାଇ ଯାଇଛି ।

ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ମହାନବମୀ ପାଳିତ

କଟକଣା ମଧ୍ୟରେ ଯାଜପୁରର ବିଭିନ୍ନ ସ୍ଥାନରେ ପାଳନ ହେଉଛି ମହାନବମୀ । ପୂର୍ବ ବର୍ଷଗୁଡିକ ଭଳି ପୂଜା ମଣ୍ଡପରେ ଚଳଚଞ୍ଚଳ ନ ଥିଲେ ମଧ୍ୟ ସମସ୍ତ ନୀତିକାନ୍ତି ମୁତାବକ କରାଯାଉଛି ମହାମାୟୀଙ୍କ ପୂଜାର୍ଚ୍ଚନା ।ଆଜି(ରବିବାର) ବିଳମ୍ବିତ ରାତିରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ ଏବଂ ଆସନ୍ତାକାଲି ମା'ଙ୍କ ମହାଦଶମୀ ବା ଦଶହରା ଅନୁଷ୍ଠିତ ହେବ । ହେଲେ ଆଗଭଳି ପୂଜା ମଣ୍ଡପ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ନାହିଁ । ଚଳିତ ବର୍ଷ କୋରୋନା ଜନିତ କଟକଣା ପାଇଁ ପୂଜା ମଣ୍ଡପ ପକ୍ଷରୁ ସାଜସଜ୍ଜା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପୂଜା ମଣ୍ଡପଗୁଡିକ ମାନି କରି ଚଳୁଛନ୍ତି । ତଥାପି ମଣ୍ଡପକୁ ଆସୁଥିବା କିଛି ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.