ETV Bharat / state

ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର

author img

By

Published : Nov 3, 2019, 1:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣା ପରେ ପୋଲିସ ତଦନ୍ତରେ ଅସନ୍ତୋଷ ପରିବାର ଗତରାତିରୁ ଗାଁ ଛାଡିଛନ୍ତି ।

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାକୁ ପାଖାପାଖି 20ଦିନ ହୋଇଗଲାଣି । ରାଜ୍ୟ ପୋଲିସର ତଦନ୍ତ ଉପରେ ଆଉ ଭରସା କରିପାରୁନାହାଁନ୍ତି ପରିବାର । ଘଟଣାକୁ ନେଇ ରାଜନୀତି ବଢୁଥିବାବେଳେ ପୂର୍ବ ଘୋଷଣା ମୁତାବକ ସ୍ମିତାରାଣୀଙ୍କ ପରିବାର ଗତ ରାତିରୁ ଗାଁ ଛାଡି ପଳାଇଛନ୍ତି । ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସ୍ମିତାରାଣୀଙ୍କ ବାପା କିଛି ଦିନ ପୂର୍ବରୁ କହିଥିଲେ ସେମାନେ ଏବେ ଅସୁରକ୍ଷିତ । ପରିବାର ପ୍ରତି ବିପଦ ଅଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଆଉ ଗତରାତି ସ୍ମିତାରାଣୀଙ୍କ ବାପା ମା ନିଜ ଜ୍ବାଇଁଙ୍କ ପାଖକୁ ତାଳଚେର ପଳାଇଛନ୍ତି । ସେଠାରୁ ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀ ପଳାଇବେ ବୋଲି ଜଣାପଡିଛି । ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁରେ ଥିବା ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ବାଳଙ୍କ ଘରେ ଏବେ ତାଲା ଝୁଲୁଛି । ଘର ଆଗରେ ପୋଲିସ ପହରା । ତେବେ ଏହି ଘଟଣାକୁ ନେଇ ପୋଲିସ ଆଗକୁ କଣ ପଦକ୍ଷେପ ନେଉଛି ଓ ଦୋଷୀ ଦଣ୍ଡ ପାଉଛି କି ନାହିଁ ତାକୁ ଅପେକ୍ଷା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:
ସ୍ଥାନ - ଯାଜପୁର
ତା – ୦୩/୧୧/୧୯
ସ୍ଲଗ୍ – ସ୍ମିତାରାଣୀଙ୍କ ବାପା, ମା ଓ ଝିଅ ତାଙ୍କ ଜ୍ୱାଇଁଙ୍କ ସହ ତାଳଚେର ଗଲା ପରେ ଘର ଜଗିଛି ପୋଲିସ ।
ଫର୍ମାଟ୍ – ଏଭିଓ
ରିପୋର୍ଟ –ଜ୍ଞାନରଞ୍ଜନ ଓଝା
ଆଙ୍କର-
ଜ୍ୱାଇଁ ସୁଶୀଲ ବିଶ୍ୱାଳଙ୍କ ସହ ତାଳଚେର ଯାଇଛନ୍ତି ସ୍ମିତାରାଣୀଙ୍କ ବାପା, ମା ଓ ଝିଅ । ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁରେ ଥିବା ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳଙ୍କ ଘରେ ଏବେ ଝୁଲୁଛି ତାଲା । ଘର ଆଗରେ ପୁଲିସ ଦେଉଛି ପହରା । ଝିଅ ଚାଲିଗଲା ପରେ ନିଜକୁ ଅସୁରଖିତ ମଣିବା ସହ ୧ ତାରିଖ ଦିନ ସଦାନନ୍ଦ ଗାଁ ଛାଡି ବମ୍ବେ ଓ ଦିଲୀରେ ରହୁଥିବା ପୁଅ ପାଖକୁ ଚାଲିଯିବାକୁ ନିଷ୍ପତି ନେଇଥିଲେ । ତେବେ ବିଜେପି ବିଧାୟକ ଦଳ ଟିମ ଆସି ଫେରିଯିବା ପରେ ସେମାନେ ସେହି ଦିନ ଘରେ ତାଲା ପକାଇ ଜ୍ୱାଇଁ ସୁଶୀଲ ରହୁଥିବା ତାଳଚେରକୁ ଚାଲି ଯାଇଥିବା ଜଣାପଡିଛି । ସେଠାରୁ ସେ ଆଜି କାଲି ଭିତରେ ଦିଲ୍ଲୀ ଯାଇପାରନ୍ତି ବୋଲି ତାଙ୍କ ପଡୋଶୀ କହିଛନ୍ତି ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.