ETV Bharat / state

ଇଟିଭି ଭାରତ ପ୍ରଭାବ: ଯନ୍ତ୍ରଣା ଜର୍ଜରିତ ଶୈଶବରୁ ମୁକ୍ତି ପାଇବ ଶାନ୍ତି

author img

By

Published : Nov 14, 2020, 8:15 AM IST

ଯାଜପୁର ଡାହିସାହିର ବୋନ୍ ଟ୍ୟୁମରରେ ପୀଡିତ ସାତ ବର୍ଷୀୟ କୁନି ଝିଅ ଶାନ୍ତିକୁ ମିଳିବ ଚିକିତ୍ସା । ଇଟିଭି ଭାରତରେ ଖବର ପ୍ରସାରିତ ପରେ ଜିଲ୍ଲା ଶିଶୁ ବିଭାଗ ପକ୍ଷରୁ ସହାୟତା । ଅଧିକ ପଢନ୍ତୁ...

ଯନ୍ତ୍ରଣା ଜର୍ଜରିତ ଶୈଶବରୁ ମୁକ୍ତି ପାଇବ ଶାନ୍ତି, ଶିଶୁ ସୁରକ୍ଷା ବିଭାଗର ପ୍ରତିଶ୍ରୁତି
ଯନ୍ତ୍ରଣା ଜର୍ଜରିତ ଶୈଶବରୁ ମୁକ୍ତି ପାଇବ ଶାନ୍ତି, ଶିଶୁ ସୁରକ୍ଷା ବିଭାଗର ପ୍ରତିଶ୍ରୁତି

ଯାଜପୁର: ଇଟିଭି ଭାରତର ମହାପ୍ରଭାବ । ଯାଜପୁର ବ୍ୟାସନଗର ପୌରାଞ୍ଚଳ ମୁଣ୍ଡମାଳ ସ୍ଥିତ ଡାହିସାହିର ବୋନ୍ ଟ୍ୟୁମରରେ ପୀଡିତ କୁନି ଝିଅକୁ ମିଳିବ ଚିକିତ୍ସା । କୁନି ଝିଅ ଶାନ୍ତି ଦୀର୍ଘ ଦିନ ଧରି ବୋନ୍ ଟ୍ୟୁମରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗିବା ଘଟଣା ଇଟିଭି ଭାରତରେ ପ୍ରସାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସହାୟତାର ହାତ ଲମ୍ବିଛି । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଜିଲ୍ଲା ସୁରକ୍ଷା ବିଭାଗର ଅଧିକାରୀ ନିରଂଜନ କର ଓ ଏକ ଡାକ୍ତରୀ ଟିମ ଶିଶୁଟିର ଘରେ ପହଞ୍ଚି ତାର ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯନ୍ତ୍ରଣା ଜର୍ଜରିତ ଶୈଶବରୁ ମୁକ୍ତି ପାଇବ ଶାନ୍ତି, ଶିଶୁ ସୁରକ୍ଷା ବିଭାଗର ପ୍ରତିଶ୍ରୁତି

ବାପାଛେଉଣ୍ଡ କୁନି ଝିଅ ଶାନ୍ତି ହଠାତ୍ ଦିନେ ଖେଳୁଖେଳୁ ପିଣ୍ଡାରୁ ତଳକୁ ଖସି ପଡିଥିଲା । ଫଳରେ ପିଠି ହାଡ ଭାଙ୍ଗି ଯିବାରୁ ସେବେଠୁ ସେ ବୋନ୍ ଟ୍ୟୁମରରେ ପୀଡିତ ହୋଇ ନାନା ଯନ୍ତ୍ରଣା ଭୋଗୁଛି । ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଶାନ୍ତିର ବିଧବା ମାଆ ଚାନ୍ଦୁ ତା'ର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରି ପାରୁ ନଥିଲା । ଫଳରେ ଶିଶୁଟି ଖେଳକୁଦ ବୟସରେ ଯନ୍ତ୍ରଣାରେ ଛଟପଟ ହୋଇ ବଞ୍ଚିବାର ରାହା ଖୋଜୁଛି । ଏନେଇ ଇଟିଭି ଭାରତରେ ଖବର ପ୍ରସାରିତ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ଶୁଶି ସୁରକ୍ଷା ବିଭାଗର ଅଧିକାରୀ ଓ ଏକ ଡାକ୍ତରୀ ଟିମ ପକ୍ଷରୁ ଶିଶୁଟିର ଘରକୁ ଆସି ତା' ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଝିଅଟିର କିପରି ଅସ୍ତ୍ରୋପଚାର କରାଯାଇ ଚିକିତ୍ସା କରାଯିବ ସେ ସମ୍ପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଛି । ତା'ର ଆବଶ୍ୟକ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.