ETV Bharat / state

ଭଦ୍ରକ ଆରଡ଼ି ଗସ୍ତରେ ଭୁବନେଶ୍ୱର ସାଂସଦ, ଯାଜପୁରରେ ଭବ୍ୟ ସ୍ବାଗତ

author img

By

Published : Oct 8, 2022, 8:51 AM IST

ଭଦ୍ରକ ଆରଡ଼ି ଗସ୍ତରେ ଭୁବନେଶ୍ୱର ସାଂସଦ, ଯାଜପୁରରେ ଭବ୍ୟ ସ୍ବାଗତ
ଭଦ୍ରକ ଆରଡ଼ି ଗସ୍ତରେ ଭୁବନେଶ୍ୱର ସାଂସଦ, ଯାଜପୁରରେ ଭବ୍ୟ ସ୍ବାଗତ

ଭଦ୍ରକ ଆରଡ଼ି ଗସ୍ତ ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଯାଜପୁର ବିଜେପି ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମାଇନ୍ସ ସେକ୍ଟରରେ ହେଉଥିବା ବ୍ୟାପକ ଦୁର୍ନୀତିର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ ସାଂସଦ । ଅଧିକ ପଢ଼ନ୍ତୁ

ଯାଜପୁର: ଭଦ୍ରକ ଆରଡ଼ି ଗସ୍ତ ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଯାଜପୁର ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଯାଜପୁର କିଆନାଳି ଛକଠାରେ ବିଜେପି ନେତା ଅମୀୟ ମଳିକଙ୍କ ନେତୃତ୍ୱରେ ଅନେକ ସଂଖ୍ୟାରେ ବିଜେପି କର୍ମକର୍ତ୍ତା ଏକତ୍ରିତ ହୋଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଭଦ୍ରକ ଆରଡ଼ି ଗସ୍ତରେ ଭୁବନେଶ୍ୱର ସାଂସଦ, ଯାଜପୁରରେ ଭବ୍ୟ ସ୍ବାଗତ

ଗତକାଲି (ଶୁକ୍ରବାର) ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭଦ୍ରକ ଆରଡ଼ି ଗସ୍ତ କରିଥିଲେ । ଏହି ସମୟରେ ଯାଜପୁର କିଆନାଳି ଛକଠାରେ ଜିଲ୍ଲା ବିଜେପି ପକ୍ଷରୁ ସାଂସଦଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପି ନେତା ଅମୀୟ ମଳିକ ନେତୃତ୍ୱରେ ଅନେକ ବିଜେପି କର୍ମକର୍ତ୍ତା ଏବଂ ଯାଜପୁରର ବୁଦ୍ଧିଜୀବୀ ମାନେ ସାମିଲ ହୋଇ ପୁଷ୍ପଗୁଚ୍ଛ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମାଇନ୍ସ ସେକ୍ଟରରେ ହେଉଥିବା ବ୍ୟାପକ ଦୁର୍ନୀତିର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ ସାଂସଦ ।

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ଯାଜପୁରରେ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ମଧ୍ୟରେ ଏତେ ଉତ୍ସାହ ଦେଖି ବହୁତ ଖୁସି ଲାଗୁଛି । ଆଜି ସମସ୍ତଙ୍କ ସହିତ ଏଠାରେ ମିଶିବାକୁ ବହୁତ ଇଚ୍ଛା ଥିଲେ ମଧ୍ୟ ସମୟ ଅଭାବରୁ ମିଶି ପାରୁନାହିଁ । ତେବେ ଆମକୁ ଦଳମତ ନିର୍ବିଶେଷରେ ଏକାଠି ହୋଇ ଜିଲ୍ଲାରେ ହେଉଥିବା ଖଣୀ ଦୁର୍ନୀତି ଉପରେ ସ୍ବର ଉଠାଇବାକୁ ହେବ ।" ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଭବ୍ୟ ସ୍ବାଗତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.