ETV Bharat / state

ରାସ୍ତା କାମକୁ ନେଇ ମହିଳାଙ୍କୁ ଆକ୍ରମଣ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ

author img

By

Published : Oct 5, 2021, 8:51 PM IST

family went to the jajpur SP  office for demanding justice
ରାସ୍ତା କାମକୁ ନେଇ ମହିଳାଙ୍କୁ ଆକ୍ରମଣ,ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ

ଛୋଟରାୟପୁର ଗାଁରେ ରାସ୍ତା କାମକୁ ନେଇ ମହିଳାଙ୍କୁ ଆକ୍ରମଣ ଘଟଣା । ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳାଙ୍କ ପରିବାର । ଅଧିକ ପଢନ୍ତୁ...

ଯାଜପୁର : ରାସ୍ତା କାମକୁ ନେଇ ମହିଳାଙ୍କୁ ଆକ୍ରମଣ ଘଟଣା । ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହେଲେ ମହିଳାଙ୍କ ପରିବାର। ଘଟଣା ବିଷୟରେ ଯାଜପୁର ଏସପି ଶୁଣିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାସ୍ତା କାମକୁ ନେଇ ମହିଳାଙ୍କୁ ଆକ୍ରମଣ,ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ ହେଲେ ପରିବାର

ସୂଚନାଅନୁଯାୟୀ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଛୋଟରାୟପୁର ଗାଁରେ ଦୀର୍ଘଦିନ ହେବ ବିଦ୍ୟାଧର ନାୟକଙ୍କ ପରିବାର ଲୋକ ବସବାସ କରନ୍ତି। ଗତ କିଛିଦିନ ଦିନ ତଳେ ତାଙ୍କ ଘର ସମ୍ମୁଖ ରାସ୍ତାର କଂକ୍ରିଟ କାମ ଆରମ୍ଭ ହେଇଥିଲା । ତେବେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ବିଦ୍ୟାଧରଙ୍କ ଘର ସାମନାରେ ଠିକ ସେ କାମ ନକରି ଖାଲ କରି ଚାଲି ଯାଇଥିଲା। ଯାହାଫଳରେ ଅନେକ ସମୟରେ ସେଠାରେ ପାଣି ଜମି ରହୁଥିଲା । ଯାହାକୁ ଦେଖି ବିଦ୍ୟାଧରଙ୍କ ପରିବାର ଲୋକେ ବାଲି ପକାଇ ଉଚ୍ଚା କରିଥିଲେ। ଏହାକୁ ଠିକାଦାର ଦେଖି ରାଗି ଯାଇ ବିଦ୍ୟାଧରଙ୍କ ପତ୍ନୀ ଓ ଝିଅ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଶଙ୍ଖଚିଲା ଫାଣ୍ଡିରେ ୨୩/୯/୨୦୨୧ ତାରିଖରେ ବିଦ୍ୟାଧରଙ୍କ ପତ୍ନୀ ପ୍ରମିଳା ନାୟକ ଅଭିଯୋଗ କରିଥିଲେ । ମାତ୍ର ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି ।

ଏହାକୁ ନେଇ ଝିଅ ଅର୍ଚ୍ଚନା ସାହୁ ୨୬/୯/୨୦୨୧ ତାରିଖରେ ଆକ୍ରମଣ କରିଥିବା ପ୍ରଦୀପ ସାହୁ ନିରଞ୍ଜନ ସାହୁ , ଅଶୋକ ଦାସ ଓ ଦଶରଥ ସାହୁଙ୍କ ନାଁରେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଥାନା କି ଫାଣ୍ଡି ଅଧିକାରୀ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାଁନ୍ତି ।

ଫଳରେ ଆଜି ବିଦ୍ୟାଧରଙ୍କ ପତ୍ନୀ, ଝିଅ ପାଣିକୋଇଲି ସ୍ଥିତ ଏସପି ରାହୁଲ ପିଆରଙ୍କ ଦ୍ବାରସ୍ଥ ହେଇଛନ୍ତି। ତେବେ ଏସପି ରାହୁଲ ପିଆର ବିଦ୍ୟାଧରଙ୍କ ପରିବାର ପକ୍ଷରୁ ହେଇଥିବା ଅଭିଯୋଗ ବିଷୟରେ ଶୁଣିବା ପରେ ସଂପୃକ୍ତ ଥାନା ଅଧିକାରୀଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ନିର୍ଦେଶ ଦେଇଥିବା କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.