ETV Bharat / state

ସାମାଜିକ ଦୂରତାକୁ ଫୁ; ଟିକା ଆସିଛି 200, ଭିଡ ଜମେଇଛନ୍ତି 2000 ଲୋକ

author img

By

Published : May 10, 2021, 1:09 PM IST

ଉଡିଲା ସାମାଜିକ ଦୂରତାର ଧଜିଆ, ୨ଶହ ଟୀକାନେବାକୁ ୨ ହଜାର ଲୋକଙ୍କ ଭିଡ଼
ଉଡିଲା ସାମାଜିକ ଦୂରତାର ଧଜିଆ, ୨ଶହ ଟୀକାନେବାକୁ ୨ ହଜାର ଲୋକଙ୍କ ଭିଡ଼

ଯାଜପୁର ରୋଡ ଡାକ୍ତରଖାନାକୁ ଦଶଦିନ ପରେ ଆସିଛି 2ଶହ କୋରୋନା ଟିକା । 2000 ଲୋକ ଆସି ଭୁଲିଗଲେ ସାମାଜିକ ଦୂରତା । ଅଧିକ ପଢନ୍ତୁ...

ଯାଜପୁର: ଯାଜପୁର ରୋଡ ଡାକ୍ତରଖାନାକୁ ଦଶଦିନ ପରେ ଆସିଲା କୋରୋନା ଟିକା । ତେବେ ମୋଟ 2ଶହ ଟିକା ଆସିଥିବା ବେଳେ ଟିକା ନେବାକୁ ଆସି ଭିଡ ଜମାଇଛନ୍ତି ୨ ହଜାର ଲୋକ ।

ଉଡିଲା ସାମାଜିକ ଦୂରତାର ଧଜିଆ, ୨ଶହ ଟୀକାନେବାକୁ ୨ ହଜାର ଲୋକଙ୍କ ଭିଡ଼

ତେବେ ଗତ ଦଶ ଦିନ ହେବ ବ୍ୟାସନଗର ପୌରପରିଷଦରେ କୋରୋନା ଟୀକାକରଣ ବନ୍ଦ ଥିଲା । କୋରୋନା ଭୟରେ ଆଜି ଟିକା ନେବାକୁ ଭିଡ ଜମିଛି । ହେଲେ ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ପ୍ରଥମ ଡୋଜ ଟିକା ନେବାର ୪୫ ଦିନରେ ପରେ ଦ୍ବିତୀୟ ଡୋଜ ଟିକା ନେବା କଥା । ଯାହାଫଳରେ ପ୍ରଥମ ଡୋଜ ନେଇଥିବା ଲୋକେ ଦ୍ଵିତୀୟ ଡୋଜ ଟିକା ନେବା ପାଇଁ ଅନେଇ ବସିଛନ୍ତି। ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ଟିକା ନେବାକୁ ଆସି ଲୋକେ ଭିଡ ଜମାଇବା ସହ ସାମାଜିକ ଦୂରତାକୁ ମଧ୍ୟ ଭୁଲିଯାଇଛନ୍ତି । ଏଥିସହିତ ଟିକା କରଣରେ ହେରଫେର ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଅନେକ ଲୋକ ଆଜି ଟୀକା ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.