ETV Bharat / state

ଆସୁଛନ୍ତି ମା’, ପ୍ରକୃତି କୋଳରେ ଖିଲିଖିଲି ହସୁଛି କାଶତଣ୍ଡୀ

author img

By

Published : Oct 11, 2020, 8:30 AM IST

Countdown begins for Durga Puja with floating kasatandi flowers in field
କୁରୁଳୁଛି କାଶତଣ୍ତି, ଆସୁଛନ୍ତି ମାଆ

ମା’ଙ୍କ ଆଗମନରେ ପୁଲକିତ ଧରଣୀରାଣୀ । ଶାରଦୀୟ ସନ୍ଦେଶ ଆଣିଛି କାଶତଣ୍ଡୀର ସମ୍ଭାର । ଅଧିକ ପଢନ୍ତୁ....

ଯାଜପୁର: ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟର ଫୁଆରା । ଶାରଦୀୟ ପୂଜା ସମୟରେ ନାନାଦି ଫୁଲର ବାସ୍ନା ମା ଙ୍କ ଆଗମନକୁ ସୁଗନ୍ଧିତ କରୁଛି । କୃଷି କ୍ଷେତରେ ସବୁଜ ବନାନୀ ସାଙ୍ଗକୁ ପବନରେ କାଶତଣ୍ଡୀ ଫୁଲ ହଲିଝୁଲି ମା’ଙ୍କୁ ସ୍ବାଗତ ଜଣାଉଛି । ଏହି ଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ । ଆଉ କାଶତଣ୍ଡିର ବେଳାୟିତ ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ବାସ ରହିଛି । ସେପଟେ କାଶତଣ୍ଡି ଫୁଲକୁ ଦେଖି କବି ମଧ୍ୟ ଆରମ୍ଭ କରି ଦେଇଛି ନିଜର ଲେଖନୀ ।

କୁରୁଳୁଛି କାଶତଣ୍ତି, ଆସୁଛନ୍ତି ମାଆ

ଚଉଦିଗରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ । ସତେ ଯେମିତି ରାସ୍ତା କଡରୁ ଦୂରଦିଗନ୍ତ ପର୍ଯ୍ୟନ୍ତ ଧରଣୀ ରାଣୀ ଓଢି ହୋଇଛି ଧଳା ଚାଦର । ଶୁଭ୍ର ଆକାଶ ତଳେ ରାସ୍ତା କଡ଼ଠାରୁ ନଇ ପଠା ପର୍ଯ୍ୟନ୍ତ ପସରା ମେଲିଛି କାଶତଣ୍ଡୀର ଆସର। ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି କ୍ଷଣିଏ ଅଟକି ଯାଉଛି ବାଟୋଇ। ଆନମନା ହେଉଛି କବି ମନ । ଶରତ ଆଗମନରେ ଜଗତ ଜନନୀ ମା ଦୂର୍ଗାଙ୍କୁ ଆବାହନ କରି କାଶତଣ୍ଡୀ ଧରାପୃଷ୍ଠକୁ ଶୋଭାମଣ୍ଡନ କରୁଛି । ଶରତ ଋତୁର ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡି ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟ ସଦା ବିକିରଣ କରିଥାଏ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.