ETV Bharat / state

ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କୋରେଇ ବ୍ଲକ କଂଗ୍ରେସର ପ୍ରଚାର ଆରମ୍ଭ

author img

By

Published : Feb 4, 2022, 10:02 PM IST

congress-campaign
ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କୋରେଇ ବ୍ଲକ କଂଗ୍ରେସର ପ୍ରଚାର ଆରମ୍ଭ

ଯାଜପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଜିଠୁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି । ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କନ୍ତର ପଞ୍ଚାୟତ ପୂର୍ବକୋର୍ଟ ଗାଁରୁ ପ୍ରଚାର ଆରମ୍ଭ । ଅଧିକ ପଢନ୍ତୁ

ଯାଜପୁର: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଜିଠୁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି । ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କନ୍ତର ପଞ୍ଚାୟତ ପୂର୍ବକୋର୍ଟ ଗାଁରୁ ପ୍ରଚାର ଆରମ୍ଭ କରିଛି କଂଗ୍ରେସ । କୋରେଇ କଂଗ୍ରେସ ପକ୍ଷରୁ ଆଜିଠାରୁ ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରୁକ୍ମିଣୀ ମଳିକ ପାଇଁ ଆରମ୍ଭ ହେଇଛି ପ୍ରଚାର ।

ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ କୋରେଇ ବ୍ଲକ କଂଗ୍ରେସର ପ୍ରଚାର ଆରମ୍ଭ

କୋରେଇ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସ ସଭନେତ୍ରୀ ବନ୍ଦିତା ପରିଡା ଯୋଗ ଦେଇ ପୂର୍ବକୋଟ ଗାଁର ଘରକୁ ଘର ବୁଲି ନିଜର ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଏଥିସହିତ ରାଜ୍ୟରେ ଯେଭଳି ବିଜେଡି ଦଳର ଶାସନ ବେଳେ ନାରୀ ନିର୍ଯ୍ୟାତନା, ଭ୍ରଷ୍ଟାଚାର ଓ ଦୁର୍ନୀତି ବଢିଥିବା ଅଭିଯୋଗ ଆଣି ଗାଁକୁ ଗାଁ ବୁଲି ଲୋକ ମାନଙ୍କୁ ସଚେତନ କରିଥିଲେ।

୧ ନମ୍ବର ଜୋନ ଜିଲ୍ଲା ପରିଷଦ ରୁକ୍ମିଣୀ ମଳିକ, କଂଗ୍ରେସ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀନୀ ରଂଜିତା ପେରାଇ ଓ ସରପଞ୍ଚ ପ୍ରାର୍ଥୀ ପ୍ରତାପ କୁମାର ପେରାଇଙ୍କ ପାଇଁ ଘରକୁ ଘରକୁ ବୁଲି ଭୋଟ ଭିକ୍ଷା କରିଥିଲେ। ତେବେ କୋରେଇର ପଂଚାୟତ ନିର୍ବାଚନରେ କଂଗ୍ରେସର କିଭଳି ଅଛି ସ୍ଥିତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.