ETV Bharat / state

୮ ତାରିଖରୁ ଯାଜପୁର ଜିଲ୍ଲା ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Feb 5, 2023, 7:41 PM IST

ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳା ସଂଗମ କୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ସାମିଲ । ଅଧିକ ପଢ଼ନ୍ତୁ

ଯାଜପୁର ଜିଲ୍ଲା ମହୋତ୍ସବ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତା ୮ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଝୁମିବେ ଦର୍ଶକ । ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳା ସଂଗମକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଳ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତି ରଞ୍ଜନ ଘଡାଇଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦମାନେ ଉପସ୍ଥିତ ରହିବେ । ୬ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ଜିଲ୍ଲା ମହୋତ୍ସବ ଅବସରରେ ସାହିତ୍ୟ, ସଂସ୍କୃତି, କୃଷି ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରଦର୍ଶନି ମେଳା ଅନୁଷ୍ଠିତ ହେବ ।

ଉଦଘାଟନି ସଂଧ୍ୟାକୁ ରଙ୍ଗୀନ କରିବା ପାଇଁ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ରାଜ୍ଯ ଏବଂ ରାଜ୍ୟ ବାହାରୁ ଅନେକ କଳାକାର ଯୋଗଦେବେ । ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ସହ ଲୋକ ସଂସ୍କୃତିକୁ , ଲୋକନୃତ୍ଯ ମଧ୍ୟ ପ୍ରଦର୍ଶନ କରାଯିବ । ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ଭବ୍ୟ ଆୟୋଜନ ପାଇଁ ଜିଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏହି ଉତ୍ସବକୁ ନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଫେବୃଆରୀ ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ପ୍ରତିଦିନ ଓଲିଉଡ ଓ ବଲିଉଡ କଳାକାରମାନେ ସେମାନଙ୍କ କଳା ମଞ୍ଚରେ ପ୍ରଦର୍ଶନ କରିବେ ।

ଏଥିସହିତ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ୧୫୦ରୁ ଊର୍ଦ୍ଧର୍ ଷ୍ଟଲ ଖୋଲାଯିବ । ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରର ଲକ୍ଷାଧିକ ଦର୍ଶକଙ୍କ ଭିଡ ଜମିବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାପାଳ ଓ ଏସପି ବାଳାଶ୍ରମ ପଡ଼ିଆ ଯାଇ ଆୟୋଜନ ନେଇ ସମୀକ୍ଷା କରିଛନ୍ତି । ବିଶେଷକରି ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ପ୍ରତିଦିନ ଆୟୋଜିତ ହେବ ବଲିଉଡ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.