ETV Bharat / state

ଯାଜପୁରରେ ଚାଞ୍ଚଲ୍ୟ: ଭାଉଜକୁ ପିଟି ପିଟି ହତ୍ୟା କଲା ଦିଅର

author img

By

Published : Jul 8, 2020, 4:33 PM IST

Updated : Jul 8, 2020, 4:44 PM IST

ଯାଜପୁରରେ ଚାଞ୍ଚଲ୍ୟ: ଭାଉଜକୁ ପିଟି ପିଟି ହତ୍ୟା କଲା ଦିଅର
ଯାଜପୁରରେ ଚାଞ୍ଚଲ୍ୟ: ଭାଉଜକୁ ପିଟି ପିଟି ହତ୍ୟା କଲା ଦିଅର

ଯାଜପୁର ଜିଲ୍ଲାରେ ବିଭତ୍ସ୍ୟ ହତ୍ୟାକାଣ୍ଡ । ଭାଉଜକୁ ପିଟି ପିଟି ହତ୍ୟା କଲା ଦିଅର । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯାଜପୁର: ଜିଲ୍ଲାରେ ପୁଣି ହତ୍ୟାକାଣ୍ଡ । ଭାଉଜକୁ ପିଟି ପିଟି ହତ୍ୟା କଲା ଦିଅର । ଯାଜପୁର ଥାନା ମାର୍କଣ୍ଡପୁର ପଞ୍ଚାୟତ ମୋଗଳପୁର ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ହେଉଛନ୍ତି କୈଳାସ ଜେନାଙ୍କ ପତ୍ନୀ ମାତାଜୀ । ପାରିବାରିକ ହିଂସା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଯାଜପୁରରେ ଚାଞ୍ଚଲ୍ୟ: ଭାଉଜକୁ ପିଟି ପିଟି ହତ୍ୟା କଲା ଦିଅର

ବୁଧବାର ସକାଳେ କୈଳାସଙ୍କ ସାନ ଭାଇ ଭାସ୍କର ଭାଉଜଙ୍କ ସହିତ ଝଗଡା କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଭାଉଜ ମାତାଜୀଙ୍କୁ ପିଟି ପିଟି ହତ୍ୟା କରିଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଭାସ୍କର । ଘଟଣା ସଂପର୍କରେ ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Jul 8, 2020, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.