ETV Bharat / state

ଯାଜପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, NHRC ତଦନ୍ତ ଦାବି

author img

By

Published : Apr 21, 2022, 7:56 AM IST

ଯାଜପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା, NHRCରେ ମାମଲା
ଯାଜପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା, NHRCରେ ମାମଲା

ଯାଜପୁର ଜିଲ୍ଲା ବରୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦେଢ ମାସ ବିତିଥିଲେ ବି ପୋଲିସର ହାତ ଖାଲି । ମାମଲାରେ NHRC ଦାବି କଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢନ୍ତୁ

ଭୁବନେଶ୍ବର: ବରୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦେଢ ମାସ ବିତିଲାଣି । ହେଲେ ଏବେ ବି ପୋଲିସର ହାତ ଖାଲି । ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ପୋଲିସର ନିଷ୍କ୍ରିୟତା ନେଇ NHRC ତଦନ୍ତ ଦାବି ହୋଇଛି । ପୀଡିତା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ମାମଲାରେ କେନ୍ଦ୍ର ମାନବ ଅଧିକାର କମିଶନ(NHRC)ଙ୍କ ତଦନ୍ତ ପାଇଁ ନିବେଦନ କରିଛି ଭାରତୀୟ ବିକାଶ ପରିଷଦ । ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ NHRCଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି ।

ଯାଜପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, NHRC ତଦନ୍ତ ଦାବି
ଯାଜପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, NHRC ତଦନ୍ତ ଦାବି

ସୂଚନା ଅନୁଯାୟୀ, ଗତ ଫେବୁଆରୀ 17 ତାରିଖରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । କିଛି ଦୁର୍ବୃତ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ମୃତଦେହକୁ ଗାଁ ପୋଖରୀରେ ଫୋପାଡ଼ି ଦେଇଥିଲେ । ଏହି ଘଟଣାରେ ବରୀ ରାମଚନ୍ଦ୍ରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାମଲାକୁ ଚାପି ଦେଇଥିବା ଅଭିଯୋଗ ହୋଇଥିଲା ।

ଘଟଣାର ପ୍ରାୟ ଦେଢ଼ ମାସ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଥିଲା ଯେ ଉକ୍ତ ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ବିଭାଗ ଷଡଯନ୍ତ୍ର କରି ପ୍ରଭାବଶାଳୀ ଲୋକଙ୍କ ଚାପରେ ଏହି ମାମଲାକୁ ଚାପି ଦେଇଥିବାର ଅଭିଯୋଗ ଆସିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଜିଲ୍ଲାର ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.