ETV Bharat / state

ଜାଲରେ ପଡିଲେ ବିରଳ ପ୍ରଜାତିର ମାଛ

author img

By

Published : Jul 1, 2022, 1:53 PM IST

ଜାଲରେ ଲାଗିଲା ବିରଳ ପ୍ରଜାତିର ମାଛ । ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ବେଳେ ଖରସ୍ରୋତା ନଦୀରୁ ଉଦ୍ଧାର । ଅଧିକ ପଢନ୍ତୁ

ଖରସ୍ରୋତା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର
ଖରସ୍ରୋତା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ଯାଜପୁର: ଜିଲ୍ଲାରେ ଥିବା ଖରସ୍ରୋତା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଖରସ୍ରୋତା ନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ଜାଲରେ ଲାଗିଥିଲା ।

ଖରସ୍ରୋତା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ସୂଚନାଅନୁସାରେ, ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟର ଖରସ୍ରୋତା ନଦୀରୁ ୬ଟି ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଆଜି(ଶୁକ୍ରବାର)ସକାଳେ ସ୍ଥାନୀୟ ଧୀବରମାନେ ଯୋକଡିଆ ଆନିକଟ୍ ନିକଟରେ ନଦୀରେ ମାଛ ମାରିବା ପାଇଁ ଜାଲ ବିଛେଇଥିବା ବେଳେ ଜାଲରେ ୬ଟି ଅମଛା ମାଛ ଧରାପଡିଥିଲେ । ଏହି ମାଛକୁ ଧୀବର ମାନେ ନଦୀରୁ ଆଣି ଓଜନ କରିବା ପରେ ମାଛ ଗୋଟିକ ୭୨ ,୬୮ , ୬୨ , ୫୦ ,୪୮.୫୦୦ ୪୮ରୁ ଉର୍ଦ୍ଧ୍ବ ଓଜନ ହୋଇଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ହୋଇଥିବା ବେଳେ ଧୀବର ମାନେ ଉକ୍ତ ମାଛକୁ କାଟି ସ୍ଥାନୀୟ ଲୋକଙ୍କୁ ବିକ୍ରି କରିଥିଲେ ବୋଲି ଜଣାପଡିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.