ETV Bharat / state

ପ୍ରେମିକାକୁ ଶେଷ ମେସେଜ ପଠାଇ ଝୁଲି ପଡିଲେ ଶେଷଦେବ

author img

By

Published : Jul 29, 2022, 2:06 PM IST

ଦଉଡି ଲଗାଇ ଆତ୍ମହତ୍ୟା କଲା ହତାସ ପ୍ରେମିକ
ଦଉଡି ଲଗାଇ ଆତ୍ମହତ୍ୟା କଲା ହତାସ ପ୍ରେମିକ

ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ପ୍ରେମିକର ଅଭାବନୀୟ କାଣ୍ଡ । ପ୍ରେମ ପ୍ରତାରଣା ସହି ନପାରି ଶେଷରେ ଦଉଡି ଲଗାଇ ଆତ୍ମହତ୍ୟା କଲା ହତାଶ ପ୍ରେମିକ । ଅଧିକ ପଢନ୍ତୁ

ଯାଜପୁର: ପ୍ରେମରେ ବିଫଳ ହେବାରୁ ପ୍ରେମିକର ଚରମ ନିଷ୍ପତ୍ତି । ପ୍ରେମ ପ୍ରତାରଣା ସହି ନପାରି ଶେଷରେ ଦଉଡି ଲଗାଇ ଆତ୍ମହତ୍ୟା କଲା ହତାଶ ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ଚାଉଳିଆ ଗାଁରେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦଉଡି ଲଗାଇ ଆତ୍ମହତ୍ୟା କଲା ହତାସ ପ୍ରେମିକ

ସୂଚନାଅନୁସାରେ, ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପୁଅ ଶେଷଦେବ ଦୀର୍ଘ ବର୍ଷ ଧରି ଥାଲକୁଡି ପଞ୍ଚାୟତ ଅନ୍ତର୍ଗତ ଏକ ଯୁବତୀଙ୍କୁ ଭଲ ପାଉଥିଲେ । ଭଲ ପାଇବା ଭିତରେ ଅନେକ ଦାମିକିଆ ଉପହାର, ପଇସା ସହ ସୁନା ଗହଣା ମଧ୍ୟ ଦେଇଥିଲେ । କିନ୍ତୁ କିଛିଦିନ ପରେ ଶେଷଦେବକୁ ଛାଡି ସେହି ପ୍ରେମିକା ଜଣକ ଅନ୍ୟ ଜଣେ ମୁନା ନାମକ ଯୁବକକୁ ଭଲ ପାଇଲେ । ପରେ ପ୍ରେମିକା ସହ ଥିବା ଅନ୍ତରଙ୍ଗ ମୂହୁର୍ତ୍ତରେ ଭିଡିଓ ଶେଷଦେବଙ୍କୁ ପଠାଇ ବ୍ଲାକମେଲ କରୁଥିଲା ମୁନା । ପରେ ଉକ୍ତ ଭିଡିଓକୁ ଭାଇରାଲ କରି ପ୍ରେମିକାକୁ ବଦନାମ କରିବାକୁ ଧମକ ଦେଇ ଶେଷଦେବଙ୍କ ଠାରୁ ଟଙ୍କା ମାଗିଥିଲେ । ବାରମ୍ବାର ଟଙ୍କା ଦେଇ ମଧ୍ୟ କୌଣସି ଲାଭ ନ ମିଳିବାରୁ ବାଧ୍ୟ ହୋଇ ଶେଷଦେବ ନିଜ ବାଡି ଗଛରେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି ।

ଏହି ଘଟଣାରେ ଅନ୍ୟ ଦୁଇ ଜଣ ମଧ୍ୟ ସଂପୃକ୍ତି ଥିବା ଶେଷଦେବଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଶେଷଦେବ ଦେଇଥିବା ଟଙ୍କା କାରବାର ଏବଂ ମୋବାଇଲ ଚାଟିଂ, ଲାପଟପକୁ ପୋଲିସ ଜବତ କରିଛି । ପ୍ରଥମେ ପ୍ରେମ ପରେ ପ୍ରତାରଣା ଓ ଶେଷରେ ପଇସା ପାଇଁ ଶେଷଦେବଙ୍କ ଜୀବନ ଯାଇଛି । ପୋଲିସ ଅଭିଯୋଗ ପାଇବା ପରେ ସଂପୃକ୍ତ ପ୍ରେମିକା ଓ ତାର ସହଯୋଗୀ ମାନଙ୍କୁ ପଚରାଉଚୁରା କରୁଛି । ତଦନ୍ତ ଜାରି ରହିଥିବାରୁ ଏ ନେଇ ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.