ETV Bharat / state

ରାଜ୍ୟରେ ଆଜିଠୁ ବର୍ଷା; 17 ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

author img

By ETV Bharat Odisha Team

Published : Nov 15, 2023, 10:51 AM IST

Updated : Nov 15, 2023, 10:58 AM IST

ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା

ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା । ଏନେଇ ଆଜିଠାରୁ 17 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା

ଜଗତସିଂହପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ହେବ । ଆଜି(ବୁଧବାର) ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଲିଠୁ ବର୍ଷାର ପରିମାଣ ବଢିବ । 16 ଓ 17 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଆଜିଠାରୁ 17 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ଯୋଗୁଁ 16 ତାରିଖ ଯାଏଁ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ନେଇ ମଙ୍ଗଳବାର ପାରାଦ୍ବୀପ ଷଣ୍ଢକୁଦ ଠାରେ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇଛି ଜିଲ୍ଲା ମତ୍ସ୍ୟ ବିଭାଗ ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ 17 ଯାଏଁ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଆସିବ । ଏହି ଦୃଷ୍ଟିରୁ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ରାତି ସୁଦ୍ଧା ଫେରି ଆସିବାକୁ କହିଛି ଜିଲ୍ଲା ପ୍ରଶାସନ ।

ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ବୀପର ଷଣ୍ଢକୁଦ ଠାରେ ମତ୍ସ୍ୟଜୀବୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା । ରାତି ସୁଦ୍ଧା ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ ପରାମର୍ଶ ଦିଆଯାଇଥିଲା । ଆସନ୍ତା୧୬ ତାରିଖ ଯାଏଁ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀମାନଙ୍କୁ ମଧ୍ୟ କୃଷି ବିଭାଗ ପକ୍ଷରୁ ସତର୍କ ରହିବା ପାଇଁ କୁହାଯାଇଛି । ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଆଜି ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହା ମଧ୍ୟ ପଢନ୍ତୁ- ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ୧୬ରୁ ପ୍ରବଳ ବର୍ଷା ସମ୍ଭାବନା

ତେବେ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଅବପାତର ରୂପ ନେବା ପରେ ଏହାର ପ୍ରଭାବରେ ୧୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୪୦ରୁ ୫୦ କିମି ରହିବ । ୧୭-୧୮ରେ ଓଡ଼ିଶା ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ପବନ ୪୦ରୁ ୫୫ କିମି ପବନର ବେଗ ରହି ସର୍ବାଧିକ ୬୫ କିମିର ପହଞ୍ଚିବ । ତେଣୁ ପବନର ବେଗକୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଜଗତସିଂହପୁର

Last Updated :Nov 15, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.