ETV Bharat / state

ଅଘୋଷିତ ବିଦ୍ୟୁତ କାଟ, ପ୍ରତିବାଦରେ କଂଗ୍ରେସର SDOଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Apr 7, 2021, 12:01 PM IST

Updated : Apr 7, 2021, 12:27 PM IST

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଏସଡିଓଙ୍କ କାର୍ଯ୍ୟାଳୟ ଘେରିଛି କଂଗ୍ରେସ। ଶତାଧିକ କଂଗ୍ରେସ କର୍ମୀ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରିବା ସହ ରଘୁନାଥପୁର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ...

ଅଘୋଷିତ ବିଦ୍ୟୁତ କାଟ, ପ୍ରତିବାଦରେ କଂଗ୍ରେସର SDOଙ୍କ କାର୍ଯ୍ୟାଳୟ ଘେରାଉ
ଅଘୋଷିତ ବିଦ୍ୟୁତ କାଟ, ପ୍ରତିବାଦରେ କଂଗ୍ରେସର SDOଙ୍କ କାର୍ଯ୍ୟାଳୟ ଘେରାଉ

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଏସଡିଓଙ୍କ କାର୍ଯ୍ୟାଳୟ ଘେରିଛି କଂଗ୍ରେସ। ରଘୁନାଥ ପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରିବା ସହ ରଘୁନାଥପୁର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅଘୋଷିତ ବିଦ୍ୟୁତ କାଟ, ପ୍ରତିବାଦରେ କଂଗ୍ରେସର SDOଙ୍କ କାର୍ଯ୍ୟାଳୟ ଘେରାଉ

ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ଦୈନିକ 7ରୁ 8 ଘଣ୍ଟା ବିଜୁଳି କାଟ କରାଯାଉଛି। ଫଳରେ ପ୍ରବଳ ଗରମରେ ସ୍ଥାନୀୟ ଲୋକେ ଆଉଟୁ ପାଉଟୁ ହେଉଛନ୍ତି।ଏ ସମ୍ପର୍କରେ ବିଜୁଳି ବିଭାଗ କର୍ମଚାରୀ କି ଅଧିକାରୀ କେହି ଶୁଣୁ ନଥିବା କଂଗ୍ରେସ ଅଭିଯୋଗ କରିଛି।

ସରକାର ଟାଟା କମ୍ପାନୀକୁ ହସ୍ତାନ୍ତର କରିବାପରେ ବିଜୁଳି ଦର ବଢ଼ାଇ ଚାଲିଛନ୍ତି କିନ୍ତୁ ଲୋକେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ କଂଗ୍ରେସ ଦାବୀ କରିଛି। ଏସମ୍ପର୍କ ରେ ଏକ ଦାବିପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ କଂଗ୍ରେସ ପ୍ରଦାନ କରିଥିବା ଜଣା ପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 7, 2021, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.