ETV Bharat / state

ତିନିଦଳର ସରିଲା ପ୍ରଚାର, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ତିର୍ତ୍ତୋଲବାସୀ

author img

By

Published : Nov 1, 2020, 8:44 PM IST

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ସନ୍ଧ୍ୟା 5 ଟା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଶେଷ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତିନିଦଳର ସରିଲା ପ୍ରଚାର, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ତିର୍ତ୍ତୋଲବାସୀ
ତିନିଦଳର ସରିଲା ପ୍ରଚାର, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ତିର୍ତ୍ତୋଲବାସୀ

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି (ରବିବାର) ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଆଜି ଶେଷ ଦିନରେ ଶାସକ ବିଜେଡି ପକ୍ଷରୁ ତିର୍ତ୍ତୋଲ ଠାରେ କର୍ମୀ ସମାବେଶ କରାଯାଇ ଥିବାବେଳେ କଂଗ୍ରେସ ପକ୍ଷରୁ ବିରିଡି ବ୍ଲକ ଅଞ୍ଚଳରେ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଚାର କରିଥିଲେ ।

ତିନିଦଳର ସରିଲା ପ୍ରଚାର, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ତିର୍ତ୍ତୋଲବାସୀ

ସେହିପରି ବିଜେପି ପକ୍ଷରୁ ରଘୁନାଥପୁର ଅଞ୍ଚଳରେ ରୋଡ଼ ଶୋ କରାଯାଇଥିଲା । ସନ୍ଧ୍ୟା 5 ଟା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଶେଷ କରାଯାଇଛି । ଆସନ୍ତା ମଙ୍ଗଳବାର ତିର୍ତ୍ତୋଳ ଉପନିର୍ବାଚନ ପାଇଁ ମତଦାନ କରାଯିବ । ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗାଁ ଗାଁରେ ଭୋଜିଭାତର ମଧ୍ୟ ଆୟୋଜନ କରାଗଲାଣି । ଭୋଟ ବିନିମୟରେ ନୋଟ ବଣ୍ଟା ଉପରେ ମଧ୍ୟ ପ୍ରଶାସନ ନଜର ରଖିଥିବା କୁହାଯାଉଛି ।

ତିନି ପ୍ରମୁଖ ଦଳକୁ ଛାଡି ଦେଲେ ମୋଟ 9 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତାକାଲି ପରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ତିର୍ତ୍ତୋଲବାସୀ ନିର୍ଦ୍ଧାରଣ କରିବେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.