ETV Bharat / state

ଶେଷ ପର୍ଯ୍ୟାୟରେ ତିର୍ତ୍ତୋଲ ଉପନିର୍ବାଚନ ପ୍ରସ୍ତୁତି

author img

By

Published : Nov 1, 2020, 7:34 PM IST

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ବୁଥସଂଖ୍ୟା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ
ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ

ଜଗତସିଂହପୁର: ଆଉ ଦିନକ ପରେ ତିର୍ତ୍ତୋଲରେ ହେବ ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ପ୍ରଣାଳୀ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଆଜି(ରବିବାର) ସମସ୍ତ ପୋଲିଂ ପାର୍ଟିଗୁଡିକୁ ବୁଥକୁ ପଠାଇ ଦିଆଯାଇଛି ।

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ

ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ଉପନିର୍ବାଚନରେ ବୁଥ୍ ସଂଖ୍ୟା 265 ରୁ 373କୁ ବୃଦ୍ଧି କରାଯାଇଛି । ସେହିପରି ହଜାରେ 940 ଜଣ ପ୍ରିଜାଡିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ପୋଲିଂ ପାର୍ଟିଗୁଡିକୁ ବୁଥରେ ପହଞ୍ଚାଇବା ପାଇଁ 157ଟି ବସର ବ୍ୟବସ୍ଥା କରାଯାଇ ଥିବାବେଳେ 62 ଜଣ ସିଏପିଏଫ, 37 ଜଣ ଓ୍ବେବକାଷ୍ଟିଂ, 40 ଜଣ ମାଇକ୍ରୋ ଅବଜରଭର, 5ଟି ଭିଡିଓଗ୍ରାଫି ଟିମ୍ ଏବଂ 33 ଜଣ ସେକ୍ଟର ଅଧିକାରୀଙ୍କୁ ବିଭିନ୍ନ ବୁଥକୁ ପଠାଯାଇଛି । ତେବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଏସପି ପ୍ରକାଶ ରଙ୍ଗରାଜ ସମସ୍ତ କାର୍ଯ୍ୟ ପ୍ରକ୍ରିୟାକୁ ତଦାରଖ କରିଛନ୍ତି ।

ତେବେ ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ କରାଯାଉଛି । ଆସନ୍ତା 3 ତାରିଖରେ ତିର୍ତ୍ତୋଲରେ ଭୋଟଗ୍ରହଣ ହେବା ପରେ 10ରେ ଫଳାଫଳ ପ୍ରକାଶ ପାଇବ ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.