ETV Bharat / state

କୋଭିଡ ରୋଗୀଙ୍କ ପାଇଁ ଆଇସିୟୁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ବିଜେପି

author img

By

Published : Jun 14, 2021, 8:56 PM IST

କୋରୋନା କାଳରେ କୋଭିଡ୍ ରୋଗୀଙ୍କ ସହାୟତା ନିମନ୍ତେ ଆରମ୍ଭ ହେଲା ୨୪ ଘଣ୍ଟିଆ ସେବା 'ସ୍ବାସ୍ଥ୍ୟ ହିଁ ସମ୍ପଦ' । ଅଧିକ ପଢନ୍ତୁ...

କୋଭିଡ ରୋଗୀଙ୍କ ପାଇଁ ଆଇସିୟୁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ବିଜେପି
କୋଭିଡ ରୋଗୀଙ୍କ ପାଇଁ ଆଇସିୟୁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ବିଜେପି

ପାରାଦ୍ଵୀପ: ବନ୍ଦର ନଗରୀ ପାରାଦ୍ଵୀପରେ ସମ୍ପଦ ସ୍ବାଇଁଙ୍କ ଦ୍ଵାରା ଚାଲିଥିବା "ସ୍ବାସ୍ଥ୍ୟ ହିଁ ସମ୍ପଦ" ଯୋଜନାରେ ସାମିଲ ହୋଇଛି ଆଇସିୟୁ ଆମ୍ବୁଲାନ୍ସ ଓ ମୃତଦେହ ବାହକ ଗାଡ଼ି ସେବା । କୋରୋନା ସମୟରେ ଲୋକମାନେ ସରକାରଙ୍କ ଦ୍ବାରା କରାଯାଉଥିବା ଟେଷ୍ଟ ସେଣ୍ଟରରେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଥିବା ବେଳେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ ଅକ୍ସିଜେନ ସୁବିଧା ପାଇବାରେ ଅସୁବିଧା ହେଉଥିଲା ।

କୋଭିଡ ରୋଗୀଙ୍କ ପାଇଁ ଆଇସିୟୁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ବିଜେପି

ଯାହାକୁ ଦୃଷ୍ଟିରେ ରଖି ଯୁବନେତା ସମ୍ପଦ ସ୍ବାଇଁ "ସ୍ବାସ୍ଥ୍ୟ ହିଁ ସମ୍ପଦ" ଯୋଜନାରେ ପ୍ରତି ଗ୍ରାମକୁ ମାଗଣା ଭ୍ରାମ୍ୟମାଣ କୋରୋନା ଟେଷ୍ଟି ଗାଡ଼ିର ବ୍ୟବସ୍ଥା ସହିତ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଥିଲେ । ମାତ୍ର ପରେ ବିଭିନ୍ନ ଲୋକଙ୍କ ପ୍ରସ୍ତାବ କ୍ରମେ ଗୋଟିଏ ଲାଇଫ ସପୋର୍ଟ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଓ କରୋନା ରୋଗୀର ମୃତଦେହ ବୋହିବା ପାଇଁ "ମୁକ୍ତି ରଥ " ସେବା ଆରମ୍ଭ ହୋଇଛି। ପାରାଦ୍ଵୀପ କୋଭିଡ ହସ୍ପିଟାଲରୁ ଗୁରୁତର ରୋଗୀମାନଙ୍କୁ କଟକ କିମ୍ବା ଭୁବନେଶ୍ୱର ଯିବାପାଇଁ ଏହି ଆମ୍ବୁଲାନ୍ସ ବରଦାନ‌ ସଦୃଶ୍ୟ କାମ କରିବ ।

ପାରାଦ୍ଵୀପ ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ବାଇଁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହା ଦିନ ରାତି ୨୪ ଘଣ୍ଟିଆ ସେବା ଯୋଗାଇବ ଏବଂ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏହାର ଲାଭ ପାଇଁ ପାରିବେ ସମ୍ପଦ ସ୍ବାଇଁ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.