ETV Bharat / state

ପାଠ ପଢାଇବାକୁ ନାହାଁନ୍ତି ଶିକ୍ଷକ, ପ୍ରତିବାଦରେ ସ୍କୁଲରେ ତାଲା

author img

By

Published : Sep 22, 2022, 7:14 PM IST

ପାଠ ପଢାଇବାକୁ ନାହାଁନ୍ତି ଶିକ୍ଷକ, ପ୍ରତିବାଦରେ ସ୍କୁଲରେ ତାଲା
ପାଠ ପଢାଇବାକୁ ନାହାଁନ୍ତି ଶିକ୍ଷକ, ପ୍ରତିବାଦରେ ସ୍କୁଲରେ ତାଲା

ପାରାଦ୍ବୀପ ଉପକଣ୍ଠ ବିଶ୍ବଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 200 ଛାତ୍ରଛାତ୍ରୀଙ୍କ ପାଇଁ 4ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ସ୍କୁଲରେ ପାଠପଢାର ସମସ୍ୟା ଓ ଶିକ୍ଷକ ଅଭାବ ସମସ୍ୟା ନେଇ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଜଗତସିଂହପୁର: ନିଜ ହକ୍ ପାଇଁ ପ୍ରତିବାଦ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏହା ଖୋଦ ଜଗତସିଂହପୁର ଜିଲ୍ଲାର । ପାରାଦ୍ବୀପ ଉପକଣ୍ଠ ବିଶ୍ବଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 200 ଛାତ୍ରଛାତ୍ରୀଙ୍କ ପାଇଁ 4ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ସ୍କୁଲରେ ଶିକ୍ଷକ ଅଭାବ ସାଙ୍ଗକୁ ପାଠପଢାର ସମସ୍ୟା ଦେଖାଦେଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି ।

ପାଠ ପଢାଇବାକୁ ନାହାଁନ୍ତି ଶିକ୍ଷକ, ପ୍ରତିବାଦରେ ସ୍କୁଲରେ ତାଲା

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି । ପାରାଦ୍ବୀପ ଉପକଣ୍ଠ ବିଶ୍ବଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 200 ଛାତ୍ରଛାତ୍ରୀଙ୍କ ପାଇଁ 4ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏନେଇ ଶିକ୍ଷାଦାନ କ୍ଷେତ୍ରରେ ଘୋର ପ୍ରଭାବ ପଡିଛି । ପ୍ରଥମ ରୁ 7ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପାଇଁ ମାତ୍ର 4 ଜଣ ଶିକ୍ଷକ ନିୟୋଜିତ ଥିବାରୁ ଗ୍ରାମବାସୀ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ ଏହାର କୌଣସି ଫଳ ନ ମିଳିବାରୁ ଆଜି ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ ।

ତେବେ ରାଜ୍ୟ ସରକାର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ମଧ୍ୟlହ୍ନ ଭୋଜନ ଠାରୁ ଆରମ୍ଭ କରି ସ୍କୁଲ ଡ୍ରେସ, ଶିକ୍ଷା ଉପକରଣ ଆଦିର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ଜିଲ୍ଲାରେ ପ୍ରହସନ ପାଲଟିଛି । ସାତଟି କ୍ଲାସରେ 200ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର 4 ଜଣ ଶିକ୍ଷକ ରହିଛନ୍ତି । ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ଶିକ୍ଷା ଦାନରେ ସମସ୍ୟା ସୃଷ୍ଟି ହେଉଛି । ଫଳରେ ସେମାନଙ୍କ ଭବିଷ୍ୟତ ବିପନ୍ନ ହେଉଥିବା ନେଇ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଯେପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନହୋଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଏନେଇ ସ୍କୁଲର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାମଲ କହିଛନ୍ତି," ଆମ ବିଦ୍ୟାଳୟରେ ସାତ ଟି ଶ୍ରେଣୀ ଅଛି । ଆଉ ପାଞ୍ଚ ଜଣ ଶିକ୍ଷକ ଅଛନ୍ତି । ସେଥିକୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଯିଏ କି ଅଫିସ କାମ କରିଥାନ୍ତି । ଏନେଇ ଆମକୁ 4ଜଣ ଶିକ୍ଷକ ହିଁ ପାଠ ପଢାନ୍ତି । ଦୁଇଟି ଶ୍ରେଣୀକୁ ଜଣେ ଲେଖାଏଁ ଶିକ୍ଷୟିତ୍ରୀ ପାଠ ପଢାନ୍ତି । ଏନେଇ ଆମେମାନେ ପାଠ ପଢିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ । ଏହା ସହ ଆମ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି । ଆମେ ସେଥିପାଇଁ ଦାବି ରଖିଛୁ କି ଆମ ବିଦ୍ୟାଳୟରେ 3ଜଣ ଶିକ୍ଷକ ନିଯୁକ୍ତି ପାଇଁ । ଏନେଇ ଆମେ ବିଦ୍ୟାଳୟର ଗେଟରେ ତାଲା ପକାଇ ଧାରଣା ଦେଇଛୁ ।" ସେପଟେ ସିଆରସିସି ପ୍ରସନ୍ନ କୁମାର ସେଠୀ କହିଛନ୍ତି, "ଆମେ ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ବିଇଓ କହିଛନ୍ତି ଆସନ୍ତା ୭ଦିନ ମଧ୍ୟରେ ବିଦ୍ୟାଳୟକୁ ଜଣେ ଶିକ୍ଷକ ଦିଆଯିବ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.