ETV Bharat / state

Road Accident: ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ

author img

By

Published : Mar 15, 2022, 9:41 PM IST

Road Accident: ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ
Road Accident: ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ

ଜଗତସିଂହପୁରରେ ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ଜଗତସିଂହପୁର: ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । କର୍ମଚାରୀ ଜଣକ ରାତି ଡ୍ୟୁଟି ସାରି ଭୋରରୁ ନିଜ ଗାଁକୁ ଫେରୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ପୋଲିସ କର୍ମଚାରୀଙ୍କୁ କେହି ଦୁର୍ବୃତ୍ତ ଗାଡି ଚଢାଇ ହତ୍ୟା କରିଛି ନା ଏହା ଆକସ୍ମିକ ଦୁର୍ଘଟଣା ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Road Accident: ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ମୃତ

ସୂଚନା ଅନୁଯାୟୀ ଗତକାଲି ସଞ୍ଜୟ ବେହେରା ନାମକ ଜଣେ ପୋଲିସ କର୍ମଚାରୀ ରାତି ଡ୍ୟୁଟି ସାରି ଭୋରରୁ ନିଜ ଗାଁ ଚାନ୍ଦୁରା ପଟେଣିଗାଁ ଘରକୁ ଫେରୁଥିବା ସମୟରେ ହଠାତ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଜଗତସିଂହପୁର ଥାନାର ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମେଡ଼ିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଯାଇଛି । ତେବେ ପୋଲିସ କର୍ମଚାରୀଙ୍କୁ କେହି ଦୁର୍ବୃତ୍ତ ଗାଡି ଚଢାଇ ହତ୍ୟା କରିଛି ନା ଏହା ଆକସ୍ମିକ ଦୁର୍ଘଟଣା ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଜଗତସିଂହପୁରର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.