ETV Bharat / state

Asha Worker Gang Rape Case, ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ

author img

By

Published : Aug 29, 2022, 12:52 PM IST

ଆଶାକର୍ମୀ ଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ
ଆଶାକର୍ମୀ ଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ

ଜଗତସିଂହପୁର ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦରାଞ୍ଚଳରେ ଜଣେ ଆଶାକର୍ମୀଙ୍କୁ (Asha worker gang raped in Paradip) ଅପହରଣ କରି କାର୍‌ ଭିତରେ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିବା ସହ ଡଗ ସ୍କ୍ବାର୍ଡ (Dog Squad) ସହାୟତାରେ ପୋଲିସ ତଦନ୍ତ ଜାରି ରଖିଥିଲା ।

ସ୍ଥାନୀୟ ନେହେରୁ ବଙ୍ଗଳା ଅଞ୍ଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ନିଛାଟିଆ ରାସ୍ତାରେ ଜଣେ ମହିଳାଙ୍କୁ ଏକୁଟିଆ ପାଇ ନିକଟ ଜଙ୍ଗଲକୁ ନେଇ ୪ ଜଣ ଯୁବକ ଦୁଷ୍କର୍ମ ଓ ପରେ ଫିଙ୍ଗିଦେଇଥିବା ଭଳି ଜଘନ୍ୟ ଘଟଣା ଜଣାପଡିବା ପରେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୀଡିତା ମହିଳା ପାରାଦ୍ବୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିବା ସହ ଡଗ ସ୍କ୍ବାର୍ଡ (Dog Squad) ସହାୟତାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଏହା ବି ପଢନ୍ତୁ- ପାରାଦ୍ବୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ

ପୀଡ଼ିତା ଜଣକ ଗତ ଶୁକ୍ରବାର ପାରାଦ୍ଵୀପ ନୂଆବଜାରରୁ ନିଜର କାମ ସାରି ସାଇକେଲରେ ଫେରୁଥିବାବେଳେ ଘଟିଥିଲା ଏହି ଘଟଣା । ୪ ଜଣ ଯୁବକ ଏକ ନାଲି ରଙ୍ଗର କାରରେ ଆସି ତାଙ୍କୁ ଅପହରଣ କରିନେଇଥିଲେ । ସେମାନେ ତାଙ୍କୁ ନେହେରୁବଙ୍ଗଳା ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ, ଅନ୍ୟ ୩ଜଣ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ନେଇ ସେ ଏତଲାରେ ଦର୍ଶାଇଥିଲେ ।

ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ପୀଡିତାଙ୍କୁ ସେଠାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା । ଗତ ୨୬ ତାରିଖରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖିବା ସହିତ ଡଗ୍ ସ୍କ୍ବାର୍ଡ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଥିଲା । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରି ପଚରା ଉଚାର ଚଳାଇଛି । ଅପର ପକ୍ଷରେ ପୋଲିସ ପୀଡିତାଙ୍କୁ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇ ବୟାନ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.