ETV Bharat / state

ପାରାଦୀପ ଆଇଓସିଏଲ ଜୁଲାଇ ୨୫ ରୁ ଅଗଷ୍ଟ ୧୫ ଯାଏଁ ହେବ ସଟଡାଉନ

author img

By

Published : Jul 18, 2020, 5:41 PM IST

Updated : Jul 18, 2020, 11:43 PM IST

ପାରାଦୀପ ଆଇଓସିଏଲ କାରଖାନା ଜୁଲାଇ ୨୫ ରୁ ଅଗଷ୍ଟ ୧୫ ଯାଏଁ ହେବ ସଟଡାଉନ
ପାରାଦୀପ ଆଇଓସିଏଲ କାରଖାନା ଜୁଲାଇ ୨୫ ରୁ ଅଗଷ୍ଟ ୧୫ ଯାଏଁ ହେବ ସଟଡାଉନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇଓସିଏଲ କିଛି ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଆଶିଂକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ରାଜ୍ୟରେ ତୀବ୍ର ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଯାହାକୁ ନେଇ ଅନେକ ଜିଲ୍ଲାରେ ପୁଣି ଲକଡାଉନ ସହ ସଟଡାଉନ ଆରମ୍ଭ ହୋଇଯାଇଛି । ଏହି ପ୍ରରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ପାରାଦୀପରେ ଥିବା ଆଇଓସିଏଲ କାରଖାନାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ୨୫ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପାରାଦୀପ ଆଇଓସିଏଲ କାରଖାନା ଜୁଲାଇ ୨୫ ରୁ ଅଗଷ୍ଟ ୧୫ ଯାଏଁ ହେବ ସଟଡାଉନ

ଆଇଓସିଏଲ କାରଖାନାରେ ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରିଥାନ୍ତି। କିନ୍ତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାତ୍ର ୧୫ ଶହ କର୍ମଚାରୀଙ୍କୁ ନେଇ ଆଶିଂକ କାର୍ଯ୍ୟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।

ଏହି ସମୟରେ ତୈଳ ବିଶୋଧନାଗାରର ମେଣ୍ଟନାସ କାର୍ଯ୍ୟ କରାଯିବ। ଯାହାକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ର ସୁଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Jul 18, 2020, 11:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.