ETV Bharat / state

ପାରାଦ୍ବୀପରେ ପହଞ୍ଚିଲା NDRF ଟିମ, ତିର୍ତ୍ତୋଲର ତଳିଆ ଅଞ୍ଚଳ ଉପରେ ନଜର

author img

By

Published : Aug 16, 2022, 11:09 AM IST

ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଁଚିଲା NDRF ଟିମ
ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଁଚିଲା NDRF ଟିମ

ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ । ପାରାଦ୍ଵୀପରେ ଏନଡିଆରଏଫର NDRF ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ପାରାଦ୍ବୀପ: ହୀରାକୁଦରୁ ବନ୍ୟାଜଳ ପହଞ୍ଚିବା ପରେ ଫୁଲି ଉଠିଛି ମହାନଦୀ (Odisha Mahanadi flood)। ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବାକୁ ଲାଗିଛି । ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ବିପଦ ବଢିଛି । ବନ୍ୟା ବାତ୍ୟା ଆସିଲେ ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଆଜି ଜିଲ୍ଲା ନଜରକୁ ଆସିଥାଏ । ଏହି ସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ହୋଇଥାଏ । ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ । ପାରାଦ୍ଵୀପରେ ଏନଡିଆରଏଫର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଁଚିଲା NDRF ଟିମ

ଏହା ବି ପଢନ୍ତୁ...ବିପଦ ସଙ୍କେତ ଉପରେ ଦଳେଇ ଘାଇ

ମୁଖ୍ୟତଃ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳବର୍ତ୍ତି ଗ୍ରାମଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଜିଲ୍ଲାରେ ଥିବା ପାଇକା, ଚିତ୍ରୋତ୍ପଳା, ଦେବୀନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ନଦୀକୂଳରେ ଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ବବ୍ୟସ୍ଥା କରାଯାଇଛି । ୨୫ ଜଣିଆ ଏନଡିଆରଏଫ ଟିମ୍ ପାରାଦ୍ୱୀପରେ ପହଞ୍ଚିବା ସହିତ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଆଜି (ମଙ୍ଗଳବାର) ସକାଳୁ ଏନଡିଆରଏଫ ଟିମ ତିର୍ତ୍ତୋଲ ବ୍ଲକର ଉକୁସାହି ଘାଇ ନିକଟରେ ଥିବା ଗ୍ରାମ ଓ କୁଜଙ୍ଗ ବ୍ଲକର ଜିଲ୍ଲାନାସୀ, କୁଦୁମାଳ, ହସୁଂରା, ବାଲିକଣି ପ୍ରଭୁତି ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଥିବା ସ୍ଥାନରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି । ଟିମ ପକ୍ଷରୁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି ।

ଏହା ବି ପଢନ୍ତୁ...କୁଜଙ୍ଗ ଓ ତିର୍ତ୍ତୋଲରେ ଗାଁରେ ପଶିଲା ବନ୍ୟାପାଣି, ୫୦୦ ଲୋକ ସ୍ଥାନାନ୍ତର

ପ୍ରକାଶ ଥାଉ କି, ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପଶିଛି । ଦୁଇ ବ୍ଲକର ଅନେକ ଗାଁ ଏବେ ଜଳମଗ୍ନ ରହିଛି । ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଦଳେଇ ଘାଇ ନିକଟରେ ବିପଦ ସଙ୍କେତ ଟପିଛି ଦେବୀ ନଦୀ । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.