ETV Bharat / state

୬୨ ବାଂଲାଦେଶୀ ମତ୍ସଜୀବୀ ଉଦ୍ଧାର, ୩ ଗୁରୁତର

author img

By

Published : Oct 28, 2022, 11:04 PM IST

୬୨ ବାଂଲାଦେଶୀ ମତ୍ସଜୀବୀ ଉଦ୍ଧାର, ୩ ଗୁରୁତର
୬୨ ବାଂଲାଦେଶୀ ମତ୍ସଜୀବୀ ଉଦ୍ଧାର, ୩ ଗୁରୁତର

ସମୁଦ୍ରରେ ଫସିଥିବା ୬୨ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର । ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ୩ ଟି ବାଂଲାଦେଶୀ ମାଛଧରା ବୋଟ ବୁଡିଥିଲା । ତେବେ ଉଦ୍ଧାର ହୋଇଥିବା ୬୨ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ପାରାଦ୍ଵୀପ: ସମୁଦ୍ରରେ ଫସିଥିବା ୬୨ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର । ୫ ଦିନ ହେବ ସମୁଦ୍ରରେ ଭାସୁଥିଲେ । ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ୩ ଟି ବାଂଲାଦେଶୀ ମାଛଧରା ବୋଟ ବୁଡିଥିବା ସୂଚନା । ୩ ଟି ବୋଟରେ ଥିଲେ ୬୨ ଜଣ ମତ୍ସ୍ୟଜୀବୀ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ସମସ୍ତଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

୬୨ ବାଂଲାଦେଶୀ ମତ୍ସଜୀବୀ ଉଦ୍ଧାର, ୩ ଗୁରୁତର

ମତ୍ସ୍ୟଜୀବୀମାନେ ବାଂଲାଦେଶ ସୀମାରେ ମାଛ ମାରୁଥିବା ବେଳେ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ତିନୋଟି ବୋଟ ବୁଡିଯାଇଥିଲା । ଏହି ୩ ଟି ବୋଟରେ ପ୍ରାୟ ୬୨ ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି । ଗୋଟିଏ ସ୍ଥାନରେ ୫ ଟି ବୋଟ ଏକକାଳୀନ ମାଛ ମାରୁଥିବା ବେଳେ ବାତ୍ୟା ପ୍ରଭାବରେ ୩ ଟି ବୋଟ ବୁଡି ଯାଇଥିଲା ଏବଂ ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରେ ଭାସିଯାଇଥିଲେ ।

ତେବେ ଗୁରୁତର ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ଦୁଇଜଣ ପାରାଦ୍ଵୀପ ଠାରୁ ୧୮ ନଟି ମାଇଲ ଦୂରରେ ଭାସୁଥିବା ବେଳେ ବାଲେଶ୍ଵରର ବାବା ରଘୁନାଥ ବୋଟ ସାହାଯ୍ୟରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ପାଇପଲାଇନ ନିକଟରେ ତ୍ରିଶକ୍ତି ନାମକ ବୋଟ ଜଣେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ପାରାଦ୍ଵୀପ ମେରାଇନ ଥାନାର ଜିମା ଦେଇଛନ୍ତି । ଦୀର୍ଘ ୫ ଦିନ ଧରି ଭୋକ ଉପାସରେ ସେମାନେ ସମୁଦ୍ରରେ ଭାସି ଭାସି ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେପଟେ ଗତ ଅକ୍ଟୋବର ୨୬ ତାରିଖ ଦିନ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା ଭାରତୀୟ କୋଷ୍ଟଗାର୍ଡ । ବାତ୍ୟା ସିତ୍ରାଙ୍ଗ କାରଣରୁ ସମୁଦ୍ର ଅଶାନ୍ତ ରହିବା ସହିତ ଲଘୁଚାପ ଜନିତ ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢେଉ ଆସିଥିଲା । ଏହି ସମୟରେ ସମୁଦ୍ର ମଧ୍ୟରେ ଏକ ବାଂଲାଦେଶୀ ମତ୍ସ୍ୟଜୀବୀ ବୋଟ ଓଲଟି ପଡ଼ିଥିଲା । ବାତ୍ୟା ପ୍ରଭାବରେ ଡଙ୍ଗାଟି ବୁଡିଯିବା କାରଣରୁ ଏଥିରେ ଥିବା ପ୍ରାୟ ୨୦ ମତ୍ସ୍ୟଜୀବୀ ବିଭିନ୍ନ ଭାଷମାନ ପଦାର୍ଥକୁ ଆଶ୍ରା କରି ସମୁଦ୍ର ମଧ୍ୟରେ ଭାସିଥିଲେ । ଏହି ସମୟରେ ବାତ୍ୟା ଯିବା ପରେ ସମୁଦ୍ରର ସ୍ଥିତି ଉପରେ ନଜର ରଖୁଥିବା ଭାରତୀୟ କୋଷ୍ଟଗାର୍ଡ ନଜରକୁ ଏହି ମତ୍ସ୍ୟଜୀବୀମାନେ ଆସିଥିଲେ । ଏହାପରେ ଭାରତୀୟ କୋଷ୍ଟଗାର୍ଡର ଏକ ଜାହାଜ ସହାୟତାରେ ଏହି ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.